Advertisment

ଭୂକମ୍ପରେ ଥରିଲା ୩ ଦେଶ: ୬ ମୃତ, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକେ

ଭାରତ, ଚୀନ ଓ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଏହି ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

ଅଦ୍ୟତନ ହୋଇଛି
Earthquake Hits Nepal

6 Killed As Earthquake Hits Nepal

Advertisment

ଭୂକମ୍ପରେ ଥରିଲା ୩ ଦେଶ। ଭାରତ, ଚୀନ ଓ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଏହି ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିବାବେଳେ ଭାରତରେ ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରର ଅନେକ ସହରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। 

Advertisment

ଅଧିକ ପଢ଼ନ୍ତୁ: କାହିଁକି ତାଇଓ୍ୱାନ୍ ଏତେ ଭୂକମ୍ପ ପ୍ରବଣ ?

ଭୂକମ୍ପ ଯୋଗୁ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ଘର ଭୁଶୁଡ଼ି ପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳରେ ଭୂକମ୍ପର ଡବଲ ଝଟ୍‌କା ଅନୁଭୂତ ହୋଇଥିଲା। ରାତି ପ୍ରାୟ ୨ଟା ସମୟରେ ଭୂକମ୍ପର ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିଲା।  ଭୂକମ୍ପର ଝଟ୍‌କାରେ ଦୋତି ଜିଲ୍ଲାରେ ଘର ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଉତ୍ତରାଖଣ୍ଡ ପିଥୋରଗଡ଼ର ୯୦ କିଲୋମିଟର ଦକ୍ଷିଣ ପୂର୍ବ ନେପାଳ ସୀମାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାପରେ ଭୋର୍ ୩ଟା ୧୫ ମିନିଟରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୩.୬ ଥିଲା। ଏହା ପୂର୍ବରୁ ନେପାଳରେ ମଙ୍ଗଳବାର ଦିନ ସକାଳେ ମଧ୍ୟ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ଝଟ୍‌କା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଛି।  ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଗାଜିଆବାଦ, ଲକ୍ଷ୍ନୌରେ ଲୋକେ ରାତି ଅଧରେ ଆତଙ୍କିତ ହୋଇପଡିଥିଲେ। ଫଳରେ ଘରୁ ବାହାରକୁ ଆସି ଯାଇଥିଲେ।

Advertisment
Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ