Advertisment

ମିଜୋରାମକୁ ଗଡ଼ିବ ରେଳ, ଲାଇନ୍ ପାଇଁ ଖର୍ଚ୍ଚ ହେବ ୫୦୨୧.୪୫ କୋଟି

ବୈରାବୀ-ସାଇରାଙ୍ଗ ବ୍ରଡଗେଜ୍ ରେଳ ପ୍ରକଳ୍ପ ସମାପ୍ତ ହେବା ଦ୍ୱାରା ଏହି ଐତିହାସିକ ସଫଳତା ସମ୍ଭବ ହୋଇପାରିଛି। ୫ହଜାର ୨୧ ଦଶମିକ ଚାରି ପାଞ୍ଚ କୋଟିଖର୍ଚ୍ଚରେ ନିର୍ମିତ ଏହି ଗଗନଚୁମ୍ବି ରେଳପଥ ଜାତୀୟ ରେଳ ନେଟୱର୍କ ସହ ଯୋଡ଼ି ହେଇଛି ।

Mizoram Capital

Mizoram Capital

Advertisment

ଭାରତର ମୂଳ ଭୂଖଣ୍ଡ ସହ ଯୋଡ଼ି ହେବ ଉତ୍ତର ପୂର୍ବ ରାଜ୍ୟ ମିଜୋରାମର ଆଇଜଲ । ଛୁକ ଛୁକ୍ କରି ଟ୍ରେନ୍ ଗଡ଼ିବ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ। ମିଜୋରାମର ପର୍ବତମାଳାର ଛାତି ଚିରି ଆଗକୁ ଦୌଡ଼ିବ ଭାରତୀୟ ରେଳ । ସ୍ବାଧୀନତରେ ଏତେ ବର୍ଷ ପରେ ପ୍ରଥମ ଥର ପାଇଁ, ଏହି ପାହାଡିଆ ରାଜ୍ୟର ରାଜଧାନୀ ଆଇଜଲ ଦେଶର ବ୍ରଡଗେଜ୍ ରେଳ ନେଟୱାର୍କ ସହିତ ସଂଯୁକ୍ତ ହୋଇଛି ।

Advertisment

ବୈରାବୀ-ସାଇରାଙ୍ଗ ବ୍ରଡଗେଜ୍ ରେଳ ପ୍ରକଳ୍ପ ସମାପ୍ତ ହେବା ଦ୍ୱାରା ଏହି ଐତିହାସିକ ସଫଳତା ସମ୍ଭବ ହୋଇପାରିଛି। ୫ହଜାର ୨୧ ଦଶମିକ ଚାରି ପାଞ୍ଚ କୋଟିଖର୍ଚ୍ଚରେ ନିର୍ମିତ ଏହି ଗଗନଚୁମ୍ବି ରେଳପଥ ଜାତୀୟ ରେଳ ନେଟୱର୍କ ସହ ଯୋଡ଼ି ହେଇଛି । ଅର୍ଥାତ, ତ୍ରିପୁରାରୁ ଗୌହାଟି ଦେଇ ଅରୁଣାଚଳ ପ୍ରଦେଶକୁ ଲମ୍ବିଥିବା ରେଳ ରୁଟକୁ ଏହି ରେଳ ଲାଇନ ବୈରାଗୀଠାରେ ଛୁଇଁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ ନଭେମ୍ବର ୨୦୧୪ରେ ବୈରାବୀ-ସାଇରାଙ୍ଗ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ପରେ ୨୦୧୫-୧୬ରେ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇଥିଲା ଏବଂ ୨୦୧୫-୧୬ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଅଧୀନରେ ୫୧.୩୮ କିଲୋମିଟର ଲମ୍ବା ଏକ ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ କରାଯାଇଛି, ଯାହା ଉପରେ ଟ୍ରେନ୍ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଚାଲିପାରିବ ।

Advertisment

ରେଳ ଲାଇନରେ ୮୭ ଟି ଛୋଟ ଓ ୫୫ ବଡ଼ ବ୍ରିଜ ରହିଛି । ରାସ୍ତା ଉପରେ ୫ଟି, ରାସ୍ତା ତଳେ ୬ଟି ବ୍ରିଜ୍ ନିର୍ମାଣ ହେଇଛି । ବ୍ରିଜ୍ ନମ୍ବର - ୧୯୬ର ବିଶେଷ ମହତ୍ତ୍ୱ ହେଉଛି, ଏହାର କୁତବ ମିନାରଠୁ ବି ଉଚ୍ଚ । ୧୧୪ ମିଟର ଉଚ୍ଚ ଏହି ବ୍ରିଜ କୁତବ ମିନାରଠୁ ୪୨ ମିଟର ଉଚ୍ଚରେ ନିର୍ମାଣ ହେଇଛି ।

Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ