/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709646299.jpg)
Blood Vomiting
ମାଉଥ୍ ଫ୍ରେସନର୍ ଖାଇଲା ପରେ ହେଲା ରକ୍ତବାନ୍ତି। ହରିୟାଣା ଗୁରୁଗ୍ରାମରେ ଘଟିଛି ଏଭଳି ଭୟାନକ ଘଟଣା। ୫ଜଣ ରକ୍ତବାନ୍ତି କରି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ୨ଜଣଙ୍କ ଅବସ୍ଥା ସଙ୍କଟାପର୍ନ୍ନ ରହିଛି। ଘଟଣାଟି ଏବେ ସ୍ଥାନୀୟ ଅଞ୍ଛଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଆମେ ପ୍ରାୟତଃ ହୋଟେଲରେ ମିଲ୍ ଖାଇବା ପରେ ମାଉଥ୍ ଫ୍ରେସନର୍ ଖାଇଥାଉ। ହରିୟାଣା ଗୁରୁଗ୍ରାମରେ ମାଉଥ ଫ୍ରେସନର ଖାଇ ୫ଜଣ ରକ୍ତବାନ୍ତି କରିଥିବାର ସୂଚନା ମିଳିଛି। ସୂଚନାନୁଯାୟୀ ଅଙ୍କିତ ନାମକ ଜଣେ ବ୍ୟକ୍ତି ଗୁରୁଗ୍ରାମ ସେକ୍ଟର ୯୦ରେ ଥିବା ଲାଫରେଷ୍ଟା କାଫେକୁ ନିଜ ସ୍ତ୍ରୀ ଓ ସାଙ୍ଗଙ୍କ ସହ ରେଷ୍ଟୁରାଣ୍ଟ ଖାଇବାକୁ ଯାଇଥିଲେ। ସେମାନେ ଖାଇବା ପରେ ପାଟିରେ ମାଉଥ ଫ୍ରେସନର୍ ପକାଇଥିଲେ। ଏହାପରେ ଯାହା ଘଟିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ।
ମାଉଥ୍ ଫ୍ରେସନର୍ କାଇବା ପରେ ପାଟି ଜଳାପୋଡ଼ା ହୋଇଥିଲା। ସମସ୍ତଙ୍କୁ ଏତେ କଷ୍ଟ ହେଲା ଯେ, ସେମାନେ କାନ୍ଦିବାକୁ ଲାଗିଲେ। ସମସ୍ତେ ବାନ୍ତି କରିବାକୁ ଲାଗିଲେ। ବାନ୍ତିରେ ରକ୍ତ ପଡୁଥିଲା। ଏମିତିକି ମହିଳାଙ୍କ ପାଟିରେ ବରଫ ଦେବା ପରେ ବି ସେ ଜଳାପୋଡ଼ା ହେଉଥିବା କହିଥିଲେ। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
A incident cam into light from gurugram's restaurant where, "After eating food, used mouth freshener. Later, blood and foam came out of the mouth. #HealthAlertpic.twitter.com/2YkdqmpldD
— Md Zeeshan (@zeeshan__0001) March 4, 2024
ଘଟଣାସ୍ଥଳରେ ପୋଲିସ ଆସି ପହଞ୍ଚିଥିଲା। ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ ପୋଲିସ ମାମଲା ବି ରୁଜୁ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)