/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648519493.jpg)
special report
ଶରୀର ପାଇଁ ଏହି ୫ ସାମଗ୍ରୀ କ୍ଷତିକାରକ ହୋଇଥିଲେ ବି ଭାରତର ଗଳିକନ୍ଦିରେ ଏହା ବିକ୍ରି ହେଉଛି। ବିଦେଶରେ ଏସବୁ ଦ୍ରବ୍ୟ ବ୍ୟବହାର କରିବା ଉପରେ ରୋକ ଲାଗିଛି। ହେଲେ ଆମ ଦେଶରେ ଏହା ଖୁଲମଖୁଲା ମିଳୁଛି। ଏବେ ଆସନ୍ତୁ ଜାଣିବା ସେ ସବୁ ସାମଗ୍ରୀ ବିଷୟରେ
ଲାଇଫ୍ ବଏ
ଭାରତର ଧନୀ-ଗରୀବ ସମସ୍ତେ ଲାଇଫ୍ ବଏ ସାବୁନର ନାଁ ହିଁ ଜାଣିଥିବେ। ଭାରତରେ ଅଧିକ ବିକ୍ରି ହେଉଥିବା ସାବୁନ୍ ମଧ୍ୟରୁ ଏହା ଗୋଟିଏ। କିଛି ଦେଶରେ ପଶୁମାନଙ୍କୁ ଗାଧୋଇ ଦେବା ପାଇଁ ଲାଇଫ୍ ବଏ ସାବୁନ ବ୍ୟବହାର କରାଯାଇଥାଏ। ହେଲେ ଆମ ଦେଶ ଭାରତରେ ଗାଧୋଇବା ପାଇଁ ଲୋକମାନେ ଲାଇଫ୍ ବଏ ସାବୁନ ବ୍ୟବହାର କରୁଛନ୍ତି। ତ୍ୱଚା ସମ୍ବନ୍ଧୀୟ ଅନେକ ରୋଗ ଏଥି ଯୋଗୁ ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି।
ପେନକିଲର୍
ଯନ୍ତ୍ରଣା ନିବାରଣ କରୁଥିବା ମେଡିସିନ୍ ପେନକିଲରକୁ ବିଦେଶରେ ବ୍ୟାନ୍ କରାଯାଇଛି। ଭବିଷ୍ୟତରେ ଏହା ଅନେକ ରୋଗ ସୃଷ୍ଟି କରିବାର କାରଣ ବୋଲି କୁହାଯାଉଛି। ବିଶେଷ କରି ପେନକିଲର୍ ମେଡିସିନ୍ କିଡନୀ ଓ ଅନେକ ଜଟିଳ ରୋଗ ସୃଷ୍ଟି କରିଥାଏ।
ଅନପାଶ୍ଚରାଇଜଡ୍ କ୍ଷୀର
ଭାରତରେ ଆଜି ବି ଅନପାଶ୍ଚରାଇଜଡ୍ କ୍ଷୀର ବିକ୍ରି ହେଉଛି। ଏଥିରେ ଅନେକ ପ୍ରକାର ବ୍ୟାକ୍ଟେରିଆ ରହୁଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ବେଳେ ବେଳେ ଏହା ଜୀବନ ନେଇଥାଏ। ବିଦେଶରେ ଅନପାଶ୍ଚରାଇଜଡ୍ କ୍ଷୀର ବିକ୍ରି ଉପରେ ବ୍ୟାନ୍ ଲଗାଯାଇଛି। କିନ୍ତୁ ଭାରତରେ ଅନପାଶ୍ଚରାଇଜଡ୍ କ୍ଷୀର ସହଜରେ ମିଳିଯାଉଛି।
ରେଡବୁଲ୍
ନାମକରା ଏନର୍ଜୀ ଡ୍ରିଙ୍କ୍ ମଧ୍ୟରେ ରେଡବୁଲ୍ ଅନ୍ୟତମ। ମାର୍କେଟରେ ସହଜରେ ଏହା ମିଳୁଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ରେଡବୁଲ୍ ଏନର୍ଜୀ ଡ୍ରିଙ୍କ୍। ଏହାକୁ ପିଇବା ପରେ କିଛି ସମୟ ପାଇଁ ଶରୀର ଫୁର୍ତ୍ତି ଲାଗିଥାଏ। ହେଲେ ଲଗାତାର ଏହାକୁ ସେବନ କଲେ ଶରୀରରେ ଡିପ୍ରେସନ୍, ହାଇପର୍ ଟେନସନ୍ ଏବଂ ହୃଦରୋଗ ଜନ୍ମ ନେଇଥାଏ।
ଜେଲି ଚକଲେଟ୍
ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଛି ଜେଲି ଚକଲେଟ୍। ବିଶେଷ କରି ପିଲାମାନେ ଏହାକୁ କିଣି କରି ଆନନ୍ଦରେ ଖାଇଥାନ୍ତି। ଆମ ଦେଶରେ ମିଳୁଥିବା ଜେଲି ବା କିଣ୍ଡରଜଏ ଚକଲେଟ୍ ବିଦେଶରେ ବ୍ୟାନ୍ ହୋଇଛି। ଏକ ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡିଛି, ଜେଲି ଚକଲେଟ୍ ଖାଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ପିଲାମାନଙ୍କୁ ଏହି ଚକଲେଟ୍ ଠାରୁ ଦୂରେଇ ରଖିବା ଉଚିତ୍।
ବିଦେଶରେ ଏହି ୫ ସାମଗ୍ରୀ ବିକ୍ରି ଉପରେ ଅଙ୍କୁଶ ଲାଗିଛି। ହେଲେ ଆମ ଦେଶରେ ବିନା କୌଣସି ବାଧାରେ ଗାଁ ଗହଳି ସହର ବଜାର ସବୁଠି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)