Indian Army Attacked By terrorist In jammu kashmir
ଦେଶରେ ପୁଣି ଆତଙ୍କବାଦୀ ଆକ୍ରମଣ । ସେନା ବାହିନୀର ଗାଡ଼ିକୁ କଲେ ଗ୍ରେନେଡ୍ ମାଡ଼ । ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍ ପାଇଁ ସେଠାରେ ମୁତୟନ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ । ଏବେ ସେଠାରେ ଅଧିକ ଫୋର୍ସ ପହଞ୍ଚି ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି ।
ତେବେ ଏହି ଆତଙ୍କୀ ହମଲା ପାଇଁ ଆତଙ୍କବାଦୀ ସଂଗଠନ PAFF ନିଜକୁ ଦାୟୀ କରିଛି । PAFF ହେଉଛି ଜୈଶ ସମର୍ଥିତ ଆତଙ୍କବାଦୀ ସଂଗଠନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682000254.jpg)