Advertisment

CAA ବା ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି...

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।

ଅଦ୍ୟତନ ହୋଇଛି
CAA

CAA

Advertisment

ସିଏଏ ବିଜ୍ଞପ୍ତି ଜାରି । ସିଏଏ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ । ୩ ପଡ଼ୋଶୀ ଦେଶର ଅଣମୁସଲିମ ଶରଣାର୍ଥୀ ଉପକୃତ ହେବେ । ୩ ପଡ଼ୋଶୀ ଦେଶ ହେଲେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ । ୨୦୧୪ ପୂର୍ବରୁ ଶରଣ ନେଇଥିବା ଲୋକଙ୍କୁ ମିଳିବ ସୁବିଧା । ପ୍ରାୟ ୩୦ ହଜାର ଶରଣାର୍ଥୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । ସିଏଏ ଅର୍ଥ ହେଉଛି ସିଟିଜେନ୍ ସିପ୍ ଆମେଣ୍ଡମେଣ୍ଟ ଆକ୍ଟ । ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ମିଳିବ ନାଗରିକତା ।

Advertisment

ଏଥିପାଇଁ ସେମାନଙ୍କୁ ୨୦୧୪ ଡିସେମ୍ବର ୩୧ ତାରିଖ ଦିନ କିମ୍ବା ତା ପୂର୍ବରୁ ଭାରତରେ ଶରଣ ନେଇଥିବା ଦରକାର। ସେମାନେ ଗତ ବର୍ଷେ ଧରି ଏବଂ ବିଗତ ୧୪ ବର୍ଷରେ ଅତିକମରେ ୫ ବର୍ଷ ପାଇଁ ଭାରତରେ ରହିଥିବା ଆବଶ୍ୟକ। ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସାମିଲ ହେବ ନାହିଁ। ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ, ଆସାମର କାର୍ବି ଆଙ୍ଗଲୋଙ୍ଗ, ମେଘାଳୟର ଗାରୋ ହିଲ୍ସ, ମିଜୋରାମର ଚକମା ଜିଲ୍ଲା ଏବଂ ତ୍ରିପୁରାର ଟ୍ରାଇବାଲ୍ ଏରିଆକୁ ବାଦ୍ ଦିଆଯାଇଛି ।  

ନିର୍ବାଚନ ତାରିଖ ଘୋଷଣା ହେବା ସହ ସେହିଦିନଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଥିଳା । ଏନେଇ ସରକାରୀ ସୂତ୍ରରୁ କୁହାଯାଇଥିଲା କି, CAA କାର୍ଯ୍ୟକାରୀ କରିବା ପାଇଁ ଏକ ଉପଯୁକ୍ତ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। କାହିଁକି ନା CAAର ସମଗ୍ର ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ହେବ।

Advertisment

ତେବେ କିଛି ଦିନ ପୂର୍ବରୁ CAAକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ‘CAA ହେଉଛି ଦେଶର ଆଇନ ଏବଂ ଏହି ବିଜ୍ଞପ୍ତି ନିଶ୍ଚିତ ଭାବରେ ପ୍ରକାଶ ପାଇବ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।

ଗୃହମନ୍ତ୍ରୀ କହିଥିଲେ, “ଯେତେବେଳେ ବିଭାଜନ ଘଟିଲା। ସେଠାରେ ଧାର୍ମିକ ନିର୍ଯାତନାର ସମ୍ମୁଖୀନ ହେବା ପରେ ସମସ୍ତେ ଭାରତ ଆସିବାକୁ ଚାହୁଁଥିଲେ। କଂଗ୍ରେସ ନେତା ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ କଂଗ୍ରେସ ନେତାମାନେ ସେମାନଙ୍କ ବିବୃତ୍ତି ପ୍ରତ୍ୟାହାର କରିନେଲେ। 

Advertisment

ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଥିଲେ କି, ‘ଆମ ମୁସଲିମ ଭାଇମାନଙ୍କୁ CAA ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି । ସେମାନଙ୍କୁ ଉସକା ଯାଉଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ଯାତନା ସହି ନପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ CAA ଆସିଛି। ମୁଁ ଏହା ସ୍ପଷ୍ଟ କରୁଛି ଯେ CAA କୌଣସି ବ୍ୟକ୍ତିର ନାଗରିକତ୍ୱ ଛଡ଼ାଇ ନେବ ନାହିଁ’।

ସୂଚନା ଅନୁସାରେ ଡିସେମ୍ବର ୨୦୧୯ରେ ସଂସଦରେ CAA ପାରିତ ହେବା ପରେ ଏବଂ ରାଷ୍ଟ୍ରପତିଙ୍କ ଅନୁମତି ପାଇବା ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା।

CAA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ