Advertisment

ଆଜି ଶପଥ ନେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ

ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

author-image
Manoranjan Behera
Sukhvinder Sukhu

Sukhvinder Sukhu

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ । ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ସୁଖବିନ୍ଦରଙ୍କ ନାଁରେ ମୋହର ଲାଗିଛି । ଏହାପରେ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ସୁଖବିନ୍ଦର । ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପାଂଚ ଥରର ବିଧାୟକ ମୁକେଶ ଅଗ୍ନିହୋତ୍ରୀ । ହିମାଚଳପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଦୁଇ ଦିନ ହେଲା ଜୋରଦାର କସରତ ଚାଲିଥିଲା । ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଥିଲା । ତେବେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କ ନାଁ ଘୋଷଣା କରିଛି ।

ସୁଖବିନ୍ଦରଙ୍କ ସପକ୍ଷରେ ବହୁ କଂଗ୍ରେସ ବିଧାୟକଙ୍କ ସମର୍ଥନ ବି ରହିଛି । ମୁଖ୍ୟମନ୍ତ୍ରୀ ଭାବେ ହାଇକମାଣ୍ଡ ତାଙ୍କ ନାଁରେ ମୋହର ମାରିଥିବାରୁ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ହିମାଚଳର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁଖବିନ୍ଦର । ରାଜ୍ୟରେ ତାଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଆଣିବ ବୋଲି ସୁଖବିନ୍ଦର କହିଛନ୍ତି । ନିର୍ବାଚନ ବେଳେ ହିମାଚଳବାସୀଙ୍କୁ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ ଏବଂ ରାଜ୍ୟର ବିକାଶ ପାଇଁ ସରକାର କାମ କରିବେ ବୋଲି ସୁଖବିନ୍ଦର କହିଛନ୍ତି ।

Advertisment

ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ଚାରି ଚାରି ଥରର ବିଧାୟକ ଦଳର ନିର୍ବାଚନ ପ୍ରଚାର କମିଟି ମୁଖ୍ୟ । ୫୮ ବର୍ଷୀୟ ସୁଖବିନ୍ଦର ନଦାଉଁ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି । ବିଜେପିର ବିଜୟ କୁମାରଙ୍କୁ ୩ହଜାର ୩ଶହ ଭୋଟରେ ମାତ୍ ଦେଇଛନ୍ତି ସୁଖବିନ୍ଦର । ୨୦୦୩ରୁ ଏଯାଏଁ ପାଂଚଥର ବିଧାନସଭା ନିର୍ବାଚନ ଲଢିଥିବା ବେଳେ ୪ଥର ବିଜୟୀ ହୋଇଛନ୍ତି ।

୨୦୧୩ରୁ ୨୦୧୯ ଯାଏଁ ସେ ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ୱରେ ଥିଲେ ,ଉଖବିନ୍ଦର । ଛାତ୍ର ସମୟରୁ ରାଜନୀତି ସହ ଜଡିତ ସୁଖବିନ୍ଦର ଦୁଇ ଦୁଇ ଥର କାଉନସିଲର ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଦଳ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ରେସ୍‌ରେ ସବୁଠୁ ଆଗରେ ଥିବା ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂ ଏବଂ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି ସୁଖବିନ୍ଦର । ମିଳିଥିବା ସୂଚନା ଅନୁସାରେ, ସୁଖବିନ୍ଦରଙ୍କ ପାଖରେ ନବନିର୍ବାଚିତ ହୋଇଥିବା ୪୦ ବିଧାୟକଙ୍କ ମଧ୍ୟରୁ ୨୫ ବିଧାୟକଙ୍କ ସମର୍ଥନ ରହିଛି ।

Congress Oath Taking Ceremony Himachal Pradesh Elections
Advertisment
Advertisment