/odishatv-khabar/media/post_attachments/uploadimage/library/16_9/16_9_0/s_1701570551.jpg)
4 State Election Results Today
ଆଜି ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍ର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି ।
ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି । ସେପଟେ ଆସନ୍ତାକାଲି ହେବ ମିଜୋରମ ବିଧାନସଭାର ଗଣତି । ଏହି ୫ ରାଜ୍ୟର ଫଳାଫଳ ୨୪ ସାଧାରଣ ନିର୍ବାଚନର ସଙ୍କେତ ଦେଇପାରେ ।
#୪_ରାଜ୍ୟର_ଜନାଦେଶ
ଆଉ କିଛି ସମୟରେ ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍ ର ଫଳାଫଳ ଆଜି ପ୍ରକାଶ ପାଇବ। ଆଉ ମାତ୍ର କିଛି ସମୟର ଅପେକ୍ଷା। ସକାଳ ୮ଟାରୁ ଆରମ୍ଭ ହେବ ଗଣତି। #ElectionResults#VoteCounting#OTVpic.twitter.com/i4fSWGPXGp— ଓଟିଭି (@otvkhabar) December 3, 2023
ଅନ୍ୟପକ୍ଷେ, ଭୋଟ୍ ଗଣତି ପୂର୍ବରୁ କଂଗ୍ରେସକର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ କଂଗ୍ରେସ ସେଲିବ୍ରେସନ କରିଛି । ଆଜି ଭୋର୍ରୁ କଂଗ୍ରେସ କର୍ମୀମାନେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକାଠି ହୋଇ ବାଣ ଫୁଟାଇଛନ୍ତି । ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ସେଲିବ୍ରେସନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)