Advertisment

ଧୋକା ଦେଇଗଲେ ସ୍ତ୍ରୀ, ଆବାସ ଯୋଜନା ଟଙ୍କା ନେଇ ଫେରାର୍

ଯାହାର ଦଣ୍ଡ ସ୍ୱାମୀମାନଙ୍କୁ ଭୋଗିବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
4 Married Women Run Away With Lovers After Receiving Money

4 Married Women Run Away With Lovers After Receiving Money

Advertisment

ଚମ୍ପଟ ମାରିଲେ ଧୋକାବାଜ୍ ସ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଟଙ୍କାକୁ ନେଇ ପ୍ରେମିକ ସହ ଫେରାର ମାରିଲେ ସ୍ତ୍ରୀ। ଚାରି ଚାରି ଜଣ ବିବାହିତ ମହିଳା  ସ୍ୱାମୀକୁ ଭକୁଆ ବନାଇ ଚାଲିଯାଇଛି। ମ୍ୟାରେଜ୍‌ ପରେ ସୁନା ଗହଣା ଓ ଟଙ୍କା ନେଇ ସ୍ତ୍ରୀ କିମ୍ବା ନବବିବାହିତା ଚମ୍ପଟ ମାରୁଥିବା ଆମେ ଜାଣିଛେ। ହେଲେ ଯୋଜନାକୁ ନେଇ ଛୁ ମାରିବା ସମସ୍ତଙ୍କୁ ଚକିତ କରିବା ଥୟ।

Advertisment

କେନ୍ଦ୍ର ସରକାରଙ୍କ PMAY ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ଅନଗ୍ରସରଙ୍କୁ ଘର ଯୋଗାଇ ଦେଉଛନ୍ତି। ଏହି ଯୋଜନା ଅନୁସାରେ ଉପଭୋକ୍ତାଙ୍କ ବ୍ୟାଙ୍କ୍ ଖାତାକୁ ଆର୍ଥିକ ରାଶି ଦିଆଯାଇଥାଏ। ଏହି ଯୋଜନା ପାଇବାକୁ ହେଲେ ଘରର ମାଲିକ କିମ୍ବା ଉପମାଲିକ ଜଣେ ମହିଳାଙ୍କୁ ରହିବାକୁ ପଡ଼େ। 

ଏହି କ୍ରମରେ ୪ ଜଣ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ୫୦ ହଜାର ଟଙ୍କା ମିଳିବା ପରେ ସ୍ୱାମୀମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ପ୍ରଥମ କିସ୍ତି ଟଙ୍କା ଉତ୍ତରପ୍ରଦେଶର ନଗର ପଞ୍ଚାୟତ, ବାଙ୍କି, ଜୈଦପୁର ଏବଂ ସିଦ୍ଧାଔର ଜିଲ୍ଲାର ମହିଳା ଉପଭୋକ୍ତାଙ୍କୁ ପଠାଯାଇଥିଲା। ଅପରପଟେ ନିର୍ମାଣ ପୂରା ହୋଇନଥିବାରୁ ଏବେ ଚେତାବନୀ ଦେଇଛି ଜିଲ୍ଲା ସହରାଞ୍ଚଳ ବିକଶିତ ସଂସ୍ଥା। ଯାହାର ଦଣ୍ଡ ସ୍ୱାମୀମାନଙ୍କୁ ଭୋଗିବାକୁ ପଡ଼ିଛି।

Advertisment

ନିର୍ଦ୍ଦିଷ୍ଟ ଅବଧି ଭିତରେ ଘର କରିପାରିନଥିବାରୁ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି। ତେବେ କିସ୍ତି ଟଙ୍କା ସେମାନଙ୍କ ସ୍ତ୍ରୀ ନେଇଯିବା ପରେ କିପରି ଘର କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ୱାମୀ। ଏନେଇ ସେ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ। ଏହା ଜାଣିବା ପରେ ଟଙ୍କା କିପରି ଉପଭୋକ୍ତାଙ୍କ ଠାରୁ ଫେରାଇବେ, ସେନେଇ ଚିନ୍ତାରେ କର୍ତ୍ତୃପକ୍ଷ। DUDA  ପ୍ରୋଜେକ୍ଟ ଅଫିସର କହିଛନ୍ତି ଯେ, ସେମାନେ ଆପୋଷ ବୁଝାମଣା କରି ସ୍ତ୍ରୀମାନଙ୍କ ଠାରୁ ଟଙ୍କା ଆଣି ଫେରସ୍ତ କରିପାରିବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ