Advertisment

ଟ୍ରିପ୍ ସାରି ଫେରୁଥିଲେ; ଧକ୍କା ଦେଲା ଟ୍ରକ, ୪ ଡାକ୍ତରଙ୍କ ସମେତ ଶିଶୁ ମୃତ

ସମସ୍ତ ମୃତକ ଗୁଜରାଟର କଚ୍ଛ ଅଞ୍ଚଳର ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର । ସେମାନେ ଏକ ଟ୍ରିପରେ ଜମ୍ମୁ-କାଶ୍ମୀର ଯାଇ ପେରୁଥିଲେ।

ଅଦ୍ୟତନ ହୋଇଛି
Accident, 5dead

Accident, 5dead

Advertisment

କାରକୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ରାଜସ୍ଥାନ ବିକାନେର୍‌ ନୋଖା ଅଞ୍ଚଳର ରାସିସର ଗାଁ ନିକଟ ଦେଇ ଯାଇଥିବା ଭାରତମାଳା ଏନଏଚରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। । ମୃତକଙ୍କ ମଧ୍ୟରେ ୪ଜଣ ଡାକ୍ତର ଥିବା ବେଳେ ୧୮ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରିଛି।

Advertisment

ସମସ୍ତ ମୃତକ ଗୁଜରାଟର କଚ୍ଛ ଅଞ୍ଚଳର ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର । ସେମାନେ ଏକ ଟ୍ରିପରେ ଜମ୍ମୁ-କାଶ୍ମୀର ଯାଇ ପେରୁଥିଲେ। ରାଜପଥରେ ସେମାନଙ୍କ କାର୍‌ ଏକ ଟ୍ରକ୍‌ ପଛରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି।

ମୃତକମାନେ ହେଲେ ଡାକ୍ତର ପ୍ରତୀକ, ତାଙ୍କ ସ୍ତ୍ରୀ ଡାକ୍ତର ହେତାଲ୍‌, ଡାକ୍ତର ପୂଜା ଓ ତାଙ୍କ ସ୍ବାମୀ ଡାକ୍ତର କରଣ। ମୃତ ପିଲାଟି ଡାକ୍ତର କରଣଙ୍କ ଝିଅ ପୂଜା । ଦୁର୍ଘଟଣା ପରେ ଖବର ପାଇ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ତେଜସ୍ବୀ ଗୌତମ ଓ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଡକ୍ଟର୍‌ ପ୍ୟାରେଲାଲ୍‌ ଶିବରନ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ।

Advertisment

ସମସ୍ତ ମୃତଦେହ ବ୍ୟବଚ୍ଛେଦ କରାଇବା ଲାଗି ନୋଖା ସିଭିଲ୍‌ ହସ୍ପିଟାଲ୍‌କୁ ପଠାଯାଇଛି। ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ତେଜସ୍ବୀ ଗୌତମ କହିଛନ୍ତି, ଏହା ବଡ଼ ହୃଦୟ ବିଦାରକ ଘଟଣା। ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ। ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି। ଘଟଣାର ତଦନ୍ତ ଚାଲିଛି।

Road Accident Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ