Advertisment

ବରଯାତ୍ରୀ ବାହାରିବା ପୂର୍ବରୁ ଅଘଟଣ, ଅତିଥିଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ବରଯାତ୍ରୀ ବାହାରିବା ପୂର୍ବରୁ ବଡ଼ ଅଘଟଣ। ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଅତିଥିଙ୍କ ମୃତ୍ୟୁ ଘଟି ଥିବାବେଳେ  ୬୦ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
4 Dead In Rajasthan Cylinder Explosion

4 Dead In Rajasthan Cylinder Explosion

ବରଯାତ୍ରୀ ବାହାରିବା ପୂର୍ବରୁ ବଡ଼ ଅଘଟଣ। ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଅତିଥିଙ୍କ ମୃତ୍ୟୁ ଘଟି ଥିବାବେଳେ  ୬୦ ଜଣ ଆହତ ହୋଇଛନ୍ତି। ଗୁରୁବାର ଦିନ ରାଜସ୍ଥାନର ଯୋଧପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ବାହାରିବା ପୂର୍ବରୁ ଏହି ଅଘଟଣ ଘଟିଥିଲା।

Advertisment

ସୂଚନା ଅନୁସାରେ, ଗୁରୁବାର ଦିନ ଭୁଙ୍ଗରା ଗାଁରେ ଜଣେ ବ୍ୟକ୍ତିଙ୍କ ବାହାଘର ଥିଲା। ବାହାଘରକୁ ନେଇ ପରିବାର ଲୋକ ଓ ଅତିଥିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ହେଲେ ଏହି ହସଖୁସିର ପରିବେଶ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା। ବର ପକ୍ଷଙ୍କ ଘରେ ଅତିଥିଙ୍କ ପାଇଁ ଭୋଜି ପ୍ରସ୍ତୁତ ଚାଲିଥିବା ବେଳେ ଏହି ସମୟରେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହାପରେ ଧମାକାଦାର ବିସ୍ଫୋରଣ ହୋଇଥିଲା।

ଏଥିରେ ଘରର କିଛି ଅଂଶ ଜଳି ଯାଇଥିବା ବେଳେ ୪ ଅତିଥିଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କ ଚିକିତ୍ସା ଚାଲିଥିବା ଜିଲ୍ଲାପାଳ ହିମାଶୁଂ ଗୁପ୍ତା କହିଛନ୍ତି।

Advertisment

Advertisment
Advertisment