4 dead, 46 injured in stampede in CUSAT music fest in Kochi
କୋଚି ୟୁନିଭର୍ସିଟିରେ ଦଳାଚକଟାରେ ୪ଜଣଙ୍କ ମୃତ୍ୟୁ ହୋଇଛି । କେରଳର କୋଚି ସ୍ଥିତ CUSAT ବିଶ୍ୱବିଦ୍ୟାଳୟ ପରିସରରେ ଏକ ମ୍ୟୁଜିକ କନସର୍ଟ ବେଳେ ଦଳାଚକଟା ହୋଇଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ, ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।
ଖୋଲା ଅଡିଟୋରିୟମରେ ବଲିଉଡ୍ ସିଙ୍ଗର ନିକିତା ଗାନ୍ଧୀଙ୍କ ମ୍ୟୁଜିକ କନସର୍ଟ ହେଉଥିଲା । ସେଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ତେବେ କେଉଁ କାରଣରୁ ଦଳାଚକଟା ସ୍ଥିତି ଉପୁଜିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ଆହତଙ୍କ ଚିକିତ୍ସା ଲାଗି କାଲାମାସେରି ମେଡିକାଲ୍ କଲେଜରେ ବ୍ୟବସ୍ଥା କରାଯାଇଛି ।
ଜରୁରୀକାଳୀନ ସେବା ଶୀଘ୍ର ଯୋଗାଇ ଦେବା ନେଇ ବ୍ୟବସ୍ଥା କରାଯାଇଛି । ପୀଡିତଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସୂଚନା ଅନୁସାରେ କନସର୍ଟ ସମୟରେ ବର୍ଷା ଆରମ୍ଭ ହୋଇଥିଲା । ପଛରେ ଠିଆ ହୋଇଥିବା ଛାତ୍ରମାନେ ବର୍ଷାକୁ ଦେଖି ହଠାତ୍ ଦୌଡ଼ିବାକୁ ଲାଗିଥିଲେ । ମଞ୍ଚ ନିକଟରେ ଆଶ୍ରୟ ଦେବା ପାଇଁ ଯାଉଥିବାବେଳେ ଏହି ଅଘଟଣା ଘଟିଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700927319.jpg)