Advertisment

ଖାଲରେ ପଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ, BSF ଉପରେ ଦୋଷ ଲଦିଲେ ସ୍ଥାନୀୟ ଲୋକ

ଏହି ପିଲାମାନଙ୍କର ବୟସ ୫ରୁ ୧୨ ବର୍ଷ ବୟସ ମଧ୍ୟରେ ହେବ।

ଅଦ୍ୟତନ ହୋଇଛି
4 kids buried alive

4 kids buried alive

Advertisment

ଖାଲରେ ପଡ଼ି ମୃତ୍ୟୁବରଣ କଲେ ୪ ଜଣ ଶିଶୁ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭାରତ-ବାଂଲାଦେଶ ସୀମାରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଭାରତ-ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ ଦ୍ୱାରା ଖନନ କାର୍ଯ୍ୟ କରାଯାଉଥିଲା। ଏହି ସମୟରେ ସେହି ଖାଲରେ ପଡ଼ି ୪ ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଛି। କୁହାଯାଉଛି କି ଏହି ପିଲାମାନଙ୍କର ବୟସ ୫ରୁ ୧୨ ବର୍ଷ ବୟସ ମଧ୍ୟରେ ହେବ। ତେବେ ଏହି ଘଟଣା ପରେ BSF ଉପରେ ଦୋଷ ଲଦିଛନ୍ତି ଗ୍ରାମବାସୀ ଓ ଟିଏମ୍‌ସି। BSFର ଅସାବଧାନତା ପାଇଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ସେମାନ ଅଭିଯୋଗ କରିଛନ୍ତି। ସେପଟେ ଏପରି ଅଭିଯୋଗ ଭିତ୍ତିହୀନ ବୋଲି BSF ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛି ପୋଲିସ୍‌। ପୋଲିସ୍‌ କହିଛି ଯେ, ଅର୍ନ୍ତଜାତୀୟ ସୀମାରେ BSF ପକ୍ଷରୁ ଖନନ କାର୍ଯ୍ୟ ହେଉଥିଲା। ଏହି ଖାଲଟି ୧୦-୧୫ ଫୁଟ୍‌ ଗଭୀର ଥିଲା। ଏହା ନିକଟରେ ଛୋଟ ପିଲାମାନେ ଖେଳୁଥିବାବେଳେ ଏହା ଭିତରେ ପଡ଼ିଯାଇଥିଲେ। ଖାଲରେ ପଡ଼ିଯିବା ପରେ ସମସ୍ତ ପିଲା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି।

ସେପଟେ ଏହି ଘଟଣା ସର୍ମ୍ପକରେ BSF କହିଛି, ‘ଲୋକମାନେ ଆର୍ଥ ମୁଭିଂ ମେସିନ୍‌ ଏବଂ ଟ୍ରାକ୍ଟର ସାହାଯ୍ୟରେ ମାଟି ଖୋଳୁଥିଲେ। ସେହି ସ୍ଥାନରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ହଠାତ୍‌ ମାଟିର କିଛି ଅଂଶ ଖସିଯାଇଥିଲା ଏବଂ ଏହା ତଳେ ପିଲାମାନେ ପୋତି ହୋଇଯାଇଥିଲେ। BSF ଯବାନମାନେ ମାଟି ତଳେ ଫସି ରହିଥିବା ଶିଶୁଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ’।

Advertisment
BSF Kids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ