Advertisment

ଦ୍ୱାରକାରେ ଆହିର ସମାଜର ମହିଳାଙ୍କ ମହାରାସ,ଏକାଠି ରାସ ପରିବେଷଣ କଲେ ୩୭ ହଜାର ମହିଳା

ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ।

Maha Raas in Dwarka

Maha Raas in Dwarka

Advertisment

ଗୁଜରାଟ ଦ୍ୱାରକାରେ ଆହିର ସମାଜର ମହିଳାଙ୍କ ମହାରାସ। ୩୭ ହଜାର ମହିଳା ଏକାଠି ହୋଇ ରାସ କରିଥିଲେ। ଦ୍ୱାରକା ନାଗେଶ୍ୱର ରୋଡ୍‌ ରୁକ୍ମିଣ ମନ୍ଦିର ସାମ୍ନାରେ ୩୭ ହଜାର ମହିଳା ସକାଳ ୮ଟାରେ ପାରମ୍ପରିକ ବସ୍ତ୍ର ପିନ୍ଧି ରାସ ପରିବେଷଣ କରିଛନ୍ତି। ଅଖିଳ ଭାରତୀୟ ମହାରାସ ସଂଗଠନ ତରଫରୁ ଏହାର ଆୟୋଜନ କରାଯାଇଥିଲା। ଦେଶ ବିଦେଶର ହଜାର ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି।

Advertisment

ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ରବଧୁ ଏବଂ ବଣାସୁରର ଝିଅ ଉଷା ରାସ କେଳିଥିଲେ। ଏହା ପରଠାରୁ ଗୁଜରାଟରେ ଗରବାର ଶୁଭାରମ୍ଭ ହୋଇଥିଲା।

India News Gujarat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ