Advertisment

୩୧ ହଜାର ବର୍ଷ ତଳେ ରହୁଥିଲେ ପୃଥିବୀରେ, ଏବେ ସାମ୍ନାକୁ ଆସିଲା ଫଟୋ

ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?

ଅଦ୍ୟତନ ହୋଇଛି
31 thousand years photo came to front

31 thousand years photo came to front

Advertisment

ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ। ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?

Advertisment

 ହଁ, ଫଟୋଟି ସାମ୍ନାକୁ ଆସିବା ଏକ ଆଶ୍ଚର୍ଯ୍ୟ ନିଶ୍ଚୟ। ଏହାକୁ ଆପଣ ଟେକ୍ନୋଲଜିର କମାଲ ବି କହି ପାରନ୍ତି।  ଏହି ଫଟୋଟି  ଜଣେ ବାଳିକାଙ୍କର । ତେବେ ୩୧ ହଜାର ବର୍ଷ ତଳେ କିଏ ଏହି ବାଳିକାଙ୍କ ଫଟୋ ଉଠାଇଥିଲା ? ତେବେ ପ୍ରକୃତ କଥା ଏମିତି କିଛି । ୧୮୮୧ ମସିହାର ଘଟଣା। ପ୍ରତ୍ନତତ୍ୱବିଦ୍‌ମାନେ ଚେକ୍‌ ଗଣରାଜ୍ୟର ଏକ ଗୁମ୍ଫାରୁ ପାଇଥିଲେ ଏକ ମଣିଷ ଖପୁରୀ। ସେତେବେଳେ ଏହି ଖପୁରୀକୁ ୩୧ ହଜାର ବର୍ଷର ପୁରୁଣା ଏବଂ ଏହା ଜଣେ ପୁରୁଷଙ୍କର ବୋଲି ଗବେଷକମାନେ ଅନୁମାନ କରୁଥିଲେ। ପରେ ଅଧିକ ଗବେଷଣାରୁ ଜଣାପଡ଼ିଥିଲା ଏହି ଖପୁରୀ ପୁରୁଷର ନୁହେଁ ବରଂ ଜଣେ ୧୭ ବର୍ଷର ବାଳିକାଙ୍କର ବୋଲି ଗବେଷକମାନେ କହିଥିଲେ।

31 thausand years photo-stage-131 thausand years photo-stage-1

stage-2stage-2
stage-3stage-3
stage-4stage-4
last stagelast stage

ପୁରାତନ ପ୍ରସ୍ତର ଯୁଗ ଅର୍ଥାତ ୩୧ ହଜାର ବର୍ଷ ତଳେ ମହିଳା ଜଣକ ପୃଥିବୀରେ ବାସ କରୁଥିଲେ । ଅନେକ ଗବେଷଣା ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରରେ ଏହି ଖପୁରୀକୁ ନେଇ ଅଧିକ ଗବେଷଣା କରାଯାଇଥିଲା। ଅତ୍ୟାଧୁନିକ ମେସିନରେ ଏହାର ସ୍କାନିଂ କରାଯାଇ ଏହି ଫଟୋକୁ ପ୍ରସ୍ତୁତ କରାଯାଇଥିଲା। ଫଟୋକୁ ଫାଇନାଲ ଟଚ୍‌ ଦେବାପାଇଁ ଟିମ୍‌କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ଆଧୁନିକ ମଣିଷର ୨୦୦ ସିଟି ସ୍କାନ ଏବଂ ୟୁରୋପୀୟ, ଆଫ୍ରିକୀୟ ତଥା ଏସିଆ ସମେତ ବିଭିନ୍ନ ଜନସଂଖ୍ୟା ସମୂହର ଷ୍ଟାଟିଷ୍ଟିକାଲ ଡାଟା ବ୍ୟବହାର କରିବା ପରେ ଏହି ଫଟୋ ଶେଷ ପର୍ଯ୍ୟାୟକୁ ଆସି ପାରିଥିଲା। ଶେଷରେ ଯେଉଁ ଚେହେରା ସାମ୍ନାକୁ ଆସିଥିଲା ତାହା ଥିଲା ଏହିପରି। ଶେଷରେ ଏତିକି କୁହାଯାଇପାରେ, ଯଦିଓ ଫଟୋଟି ୩୧ ହଜାର ବର୍ଷ ତଳର ନୁହେଁ, ତେବେ ସେ ସମୟର ଏହି ମହିଳାଙ୍କ ଖପୁରୀକୁ ଆଧୁନିକ ଟେକ୍ନୋଲଜି ସହାୟତାରେ ଏପରି ଫଟୋର ରୂପ ଏବେ ଦିଆଯାଇ ପାରିଛି।

Advertisment
Photography
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ