Advertisment

କିଛି ଘଣ୍ଟାର ବ୍ୟବଧାନରେ ୨ଟି ଭୟଙ୍କର ଦୁର୍ଘଟଣା: ୩୧ ମୃତ, ୨୦ରୁ ଅଧିକ ଆହତ

୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଘାତମପୁର ଅଞ୍ଚଳରେ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।

ଅଦ୍ୟତନ ହୋଇଛି
31 Killed In Uttar Pradesh In 2 Accidents Within Hours

31 Killed In Uttar Pradesh In 2 Accidents Within Hours

Advertisment

ଉତ୍ତରପ୍ରଦେଶର କାନପୁରରେ କିଛି ଘଣ୍ଟାର ବ୍ୟବଧାନରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣା ଘାତମପୁର ଅଞ୍ଚଳରେ ହୋଇଥିବା ବେଳେ ଏହାର କିଛି ଘଣ୍ଟା ପରେ ଅହିରୱାନ୍‌ ଫ୍ଲାଏଓଭରରେ ଦ୍ୱିତୀୟ ଦୁର୍ଘଟଣା ହୋଇଥିଲା। 

Advertisment

୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଘାତମପୁର ଅଞ୍ଚଳରେ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଏହି ଅଘଟଣରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଟ୍ରାକ୍ଟରରେ ଉନ୍ନାଓ ସ୍ଥିତ ଚନ୍ଦ୍ରିକା ଦେବୀଙ୍କ ମନ୍ଦିର ଯାଇଥିଲେ। ସେଠାରୁ ଫେରିବା ବେଳେ ଘାତମପୁର ନିକଟରେ ଭାରସାମ୍ୟ ହରାଇ ପୋଖରୀକୁ ଟ୍ରାକ୍ଟର ଖସି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଅନ୍ଧାର ଭିତରେ ପାଣିରେ ବୁଡିଯାଇଥିଲେ ଅନେକ ଶ୍ରଦ୍ଧାଳୁ। ଦୁର୍ଘଟଣା ପରେ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିଲା। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦ ହଜାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।

Advertisment

ସେହିପରି ଦ୍ୱିତୀୟ ଦୁର୍ଘଟଣା କାନପୁର ସହରରେ ହିଁ ହୋଇଥିଲା। ପ୍ରଥମ ଦୁର୍ଘଟଣାର କିଛି ଘଣ୍ଟା ପରେ ଦ୍ୱିତୀୟ ଦୁର୍ଘଟଣା ହୋଇଥିଲା। ଅହିରୱାନ୍‌ ଫ୍ଲାଏଓଭରରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ