bill
ଲୋକସଭାରେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବିଧାନ ୧୩୦ ତମ ସଂଶୋଧନ ବିଲ୍, ୨୦୨୫ରେ କଡ଼ା ଆଇନ ପାଇଁ ରହିଛି ପ୍ରସ୍ତାବ। ଯାହା ଅନୁସାରେ, କୌଣସି ସଂଗୀନ ଅପରାଧିକ ମାମଲାରେ ଲଗାତାର ୩୦ ଦିନ ଧରି କଷ୍ଟଡି ବା ହାଜତରେ ରହିଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଅନ୍ୟଥା ୩୧ତମ ଦିନରେ ଆପେ ଆପେ ପଦ ହରାଇବାକୁ ପଡ଼ିବ। ଦେଶର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ୫ ବର୍ଷ କିମ୍ବା ତା ଠୁ ଅଧିକ ଜେଲ୍ ଦଣ୍ଡ ବ୍ୟବସ୍ଥା ଥିବା ଅପରାଧ କ୍ଷେତ୍ରରେ ଏହା ଲାଗୁ ହେବ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବେ ।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କ୍ଷେତ୍ରରେ ଉପରାଜ୍ୟପାଳ ସେମାନଙ୍କୁ ପଦରୁ ହଟାଇବେ। ତେବେ କଷ୍ଟଡିରୁ ମୁକୁଳିବା ପରେ ସମ୍ପୃକ୍ତ ପିଏମ୍, ସିଏମ୍ କିମ୍ବା ମିନିଷ୍ଟର୍ ତାଙ୍କ ପଦ ଫେରି ପାଇବାର ବ୍ୟବସ୍ଥା ରହିଛି ଏହି ବିଲ୍ ରେ। ଗୃହମନ୍ତ୍ରୀ ଶାହ ଏହି ବିଲ୍ ସହ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସଂଶୋଧନ ବିଲ୍-୨୦୨୫ ଏବଂ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିବା ପରେ, ଏହାର ଜୋରଦାର ପ୍ରତିବାଦ କରିଥିଲେ ବିରୋଧୀ। ଏହି ସମୟରେ ବିଲ୍ କାଗଜ ଚିରି ଶାହଙ୍କ ଆଡ଼କୁ ଫିଙ୍ଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।...
ଏହି ବିଲ୍ କୁ ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଜଣେ ଦୋଷୀ ପ୍ରମାଣିତ ନହେଲା ଯାଏଁ ନିର୍ଦ୍ଦୋଷ ବୋଲି ସମ୍ବିଧାନ କହୁଥିବା ବେଳେ ଏହି ବିଲ୍ ତାର ବିରୋଧାଭାସ କରୁଛି। ଏଭଳି ବିଲ୍ ଆଇନରେ ପରିଣତ ହେଲେ ଏହାର ଦୁରୁପଯୋଗ ଆଶଙ୍କା ରହିଛି ବୋଲି କହିଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ମନୀଷ ତିୱାରୀ, କେ.ସି. ବେଣୁଗୋପାଳ, AIMIM ସାଂସଦ ଅସଦୁଦ୍ଦିନ ଓୱେସି ପ୍ରମୁଖ ବିରୋଧୀ ସାଂସଦ ଗୃହରେ ନିଜ ପକ୍ଷ ରଖିଥିଲେ। ସରକାର ଏହି ବିଲ୍ ତରବରିଆ ଭାବେ ଆଣୁଥିବା ମଧ୍ୟ ଅଭିଯୋଗ ହେବା ପରେ, ଏହାର କଡ଼ା ଜବାବ ରଖିଥିଲେ ଶାହ।
କହିଥିଲେ, ଆମେ ଏତେ ବି ନିର୍ଲଜ୍ଜ ହେବା ଉଚିତ ନୁହେଁ ଯେ, ସଂଗୀନ ଅଭିଯୋଗର ସାମ୍ନା କରିବା ସତ୍ତ୍ବେ ସାମ୍ବିଧାନିକ ପଦ ଜାରି ରଖିବା। ମୋ ବିରୋଧରେ ଯେତେବେଳେ ମିଛ ଅଭିଯୋଗ ଆସିଥିଲା, ସେତେବେଳେ ମୁଁ ବି ଗିରଫ ହେବା ପୂର୍ବରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲି। କୋର୍ଟ ଦ୍ବାରା ଦୋଷମୁକ୍ତ ନହେବା ଯାଏଁ ମୁଁ କୌଣସି ପଦ ଗ୍ରହଣ କରିନଥିଲି। ଏଥିସହ ବିଲ୍ କୁ ତରବରିଆ ଆଣିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଶାହ। ସେଥିପାଇଁ ଏହି ବିଲ୍ କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଉଛି। ଉଭୟ ଶାସକ ଓ ବିରୋଧୀ ପକ୍ଷର ମୋଟ ୩୧ ଲୋକସଭା ଓ ରାଜ୍ୟସଭା ସାଂସଦ ଏହାକୁ ତର୍ଜମା କରି ସୁପାରିଶ ରଖିବେ।...
ସୂଚନା ଯୋଗ୍ୟ ଯେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଜେଲ୍ ରେ ଥାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ ଏବଂ ତାମିଲନାଡ଼ୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ମଧ୍ୟ ଜେଲ୍ ଯିବା ପରେ ପଦରୁ ଇସ୍ତଫା ଦେଇନଥିଲେ।... ବର୍ତ୍ତମାନ ଜନ ପ୍ରତିନିଧି ଆଇନରେ ବିଧାୟକ କିମ୍ବା ସାଂସଦ ଦୋଷୀ ସାବ୍ୟସ୍ତ ହୋଇ ଅତି କମରେ ୨ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ପାଇଲେ, ତାଙ୍କ ସଦସ୍ୟତା ରଦ୍ଦର ବ୍ୟବସ୍ଥା ରହିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bill_1755703210.jpg)