Advertisment

Operation Akhal: ଆହୁରି ୩ ଆତଙ୍କବାଦୀ ନିପାତ; ସର୍ଚ୍ଚ ଅପରେସନ ଜାରି

ଅପରେସନ ଅଖାଲରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଏଯାଏଁ ମୋଟ ୬ ଜଣ ଆତଙ୍କବାଦୀ ନିପାତ ହେଲେଣି।

Operation Akhal

Operation Akhal

Advertisment

ଚଳିତ ବର୍ଷର ସବୁଠୁ ବଡ ଆତଙ୍କବାଦୀ ବିରୋଧୀ ଅଭିଯାନରେ ମୂଳପୋଛ ହେଉଛନ୍ତି ଆତଙ୍କବାଦୀ। ଅପରେସନ ଅଖାଲରେ ରବିବାର ତୃତୀୟ ଦିନରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟ ବେଳେ ଜଣେ ସୈନିକ ଆହତ ହୋଇଛନ୍ତି। ଏହି ଅଭିଯାନରେ ମୋଟ ଛଅ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ଶନିବାର ତିନି ଜଣଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ନିପାତ କରାଯାଇଥିଲା।

Advertisment

ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଜଙ୍ଗଲ ଅଞ୍ଚଳରେ ରାତିସାରା ବିସ୍ଫୋରଣ ଓ ଗୁଳିବିନିମୟର ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ଓ କାଶ୍ମୀର ପୁଲିସ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ଏହି ଅପରେସନରେ ସାମିଲ ଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଅଖାଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଗୋଷ୍ଠୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Advertisment

ପ୍ରାରମ୍ଭିକ ଗୁଳିବିନିମୟ ପରେ ଶୁକ୍ରବାର ରାତିରେ ଅଭିଯାନ ବନ୍ଦ କରାଯାଇଥିଲା। ଶନିବାର ଏହା ପୁନର୍ବାର ଆରମ୍ଭ ହୋଇଥିଲା, ଯେଉଁଥିରେ ସୁରକ୍ଷା ବାହିନୀ ତିନି ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଶନିବାର ନିହତ ହୋଇଥିବା ଆତଙ୍କବାଦୀମାନେ ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ସହ ଜଡ଼ିତ ଥିଲେ, ଯାହା ନିଷିଦ୍ଧ ଲସ୍କର-ଏ-ତୋଇବା (ଏଲଇଟି)ର ଏକ ଶାଖା। ଏହି ସଂଗଠନ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ନାଗରିକଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା। ଗତ ଜୁଲାଇ ୨୯ରେ, ଅପରେସନ୍ ଶିବ ଶକ୍ତିରେ ସେନା ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ‘ଅପରେସନ ଅଖଲ୍’ ସଫଳ; ଆତଙ୍କବାଦୀ ନିପାତ

Terrorists Killed Encounter In Jammu And Kashmir Terrorists Killed In Encounter Kulgam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ