Advertisment

MLA stuck in Elevator: ଲିଫ୍ଟରେ ଫସିଗଲେ ୩ ବିଧାୟକ...୨୦ ମିନିଟ୍ ଯାଏଁ ଶ୍ୱାସରୁଦ୍ଧ

ଲିଫ୍ଟରେ ଫସିଗଲେ ୩ ବିଧାୟକ।୨୦ ମିନିଟ୍ ପର୍ଯ୍ୟନ୍ତ ଶ୍ୱାସରୁଦ୍ଧ ହୋଇଗଲେ। ପରେ ସଟର ଭଙ୍ଗାଗଲା, ସେମାନଙ୍କୁ ବାହାର କରାଗଲା। ଏହି ଘଟଣା ହେଉଛି ମୁମ୍ବାଇ ନିକଟ ପାଲଘର ଜିଲ୍ଲାର ଭସାଇ ଅଞ୍ଚଳର।

ଫସିଗଲେ ବିଧାୟକ

ଫସିଗଲେ ବିଧାୟକ

Advertisment

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଜଣ ବିଧାୟକ ଭସାଇ ଅଞ୍ଚଳର ଏକ ଲିଫ୍ଟରେ ଫସିଯାଇ ଶ୍ୱାସରୁଦ୍ଧ ହୋଇପଡ଼ିଛନ୍ତି। ଦୃଶ୍ୟ ଦେଖିଲେ ସବୁ କଥା ବୁଝାପଡ଼ିଯାଉଛି। ପୋଲିସ୍ ଆଉ ସାଧାରଣ ଲୋକ ମଧ୍ୟ ଜୋରଦାର୍ ଲାଗିପଡିଛନ୍ତି ଲିଫ୍ଟ୍ ଖୋଲିବା ପାଇଁ। ବହୁ ପରିଶ୍ରମ ପରେ ବିଧାୟକମାନଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଖାଲି ସେତିକି ନୁହେଁ, ଦେଖନ୍ତୁ କେମିତି ଲିଫ୍ଟ୍ ଫାଙ୍କରେ ପଶୁଛି ବଡ ବଡ ରଡ୍…. ଆଉ ସଟର୍‌ ଭଙ୍ଗାଯାଉଛି।

ଏହି ଦୃଶ୍ୟ ହେଉଛି ମୁମ୍ବାଇ ନିକଟ ପାଲଘର ଜିଲ୍ଲାର ଭସାଇ ଅଞ୍ଚଳର। ଏଠାରେ ବିଜେପି ବିଧାୟକ ପ୍ରବୀଣ ଦରେକରଙ୍କ ସହ ଆଉ ଦୁଇ ବିଧାୟକ ଲିଫ୍ଟରେ ଫସିଗଲେ। ତାଙ୍କ ସହିତ ଭସାଇ ବିଧାୟିକା ସ୍ନେହା ଦୁବେ ଏବଂ ନାଲାସୋପାରା ବିଧାୟକ ରାଜନ ନାଇକ ମଧ୍ୟ ଥିଲେ।

Advertisment

ତେବେ ସେମାନଙ୍କ ଭାଗ୍ୟ ଭଲ ଯେ ସେଠାରେ କିଛି ଶ୍ରମିକ ଥିଲେ ଆଉ ସେମାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

ସୂଚନା ମୁତାବକ, ପ୍ରବୀଣ ଦରେକର ଭସାଇ ପଶ୍ଚିମର କୌଲ ହେରିଟେଜ୍‌ ସିଟିରେ ଏକ ଆତ୍ମ-ପୁନଃବାସ ଶିବିରରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ସେ ଲିଫ୍ଟରେ ଫସି ଯାଇଥିଲେ। କୁହାଯାଉଛି ଯେ ଦରେକର ଯେଉଁ ଲିଫ୍ଟରେ ଥିଲେ ତାହା ଖୁବ୍ ଜାମ୍ ଥିଲା ଏବଂ ଏହି ସମସ୍ୟା ଉପୁଜିଥିଲା।

Advertisment

ଏହି ଲିଫ୍ଟର କ୍ଷମତା ୧୦ ଜଣ ଥିବାବେଳେ ଏଥିରେ ପ୍ରାୟ ୧୫ ଜଣ ଥିଲେ। ସମସ୍ତେ ପାଖାପାଖି ୨୦ ମିନିଟ୍ ଫସି ରହିଥିଲେ। ଏହା ପରେ, ଶେଷରେ ଲିଫ୍ଟର ସଟର ଭଙ୍ଗାଗଲା ଆଉ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା।

(ମୁମ୍ବାଇରୁ ସୁରେଶ ଦାଶଙ୍କ ରିପୋର୍ଟ, ଓଟିଭି)

Mumbai Stuck Political Leader Elevator Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ