ଛତିଶଗଡ଼ ଦନ୍ତେୱାଡ଼ାରେ ଏନକାଉଣ୍ଟର, ୩ ମାଓବାଦୀ ମୃତ

ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।

ଏନକାଉଣ୍ଟରରେ ୩ ମାଓବାଦୀ ନିପାତ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଏନକାଉଣ୍ଟରରେ ୩ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ସୀମାନ୍ତ ଟୁମକାପାଲ ଓ ଡବାବୁ କୁନା ଗାଁ ନିକଟରେ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।

ଗତ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିଲେ । ସେନାର ଦୁଇଟି ଗାଡି ଯାଉଥିବା ବେଳେ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ । ଏହାପରେ ପୁରା ଏରିଆକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଗତ ମାସରେ ମଧ୍ୟ ର.ଜୌରୀରେ ସେନାକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା । ଏଥିରେ ଦୁଇ କ୍ୟାପଟେନଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାସ୍ ଖୋଲା ଥିବାରୁ ଆତଙ୍କବାଦୀ କାର୍ଯ୍ୟ କଳାପ ବଢ଼ୁଥିବା କହିଛନ୍ତି ବିଶେଷଜ୍ଞ ।

ସେପଟେ କନ୍ଧମାଳରେ ପୁଣି ଲାଲ ହିଂସା ଦେଖାଦେଇଛି । ପୂର୍ବରୁ ଖଞ୍ଜିଥିଲେ ଆଇଇଡି, ଆଜି କୁମ୍ବିଂ ବେଳେ ବିସ୍ଫୋରଣ । ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲରେ ଏସଓଜି ଯବାନ କୁମ୍ବିଂ କରୁଥିବା ବେଳେ ହଠାତ୍ ହୋଇଥିଲା ବିସ୍ଫୋରଣ । ଏଥିରେ ୨ ଯବାନ ଅମିୟ ଦାସ ଓ ପ୍ରଶାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି । ଅମିୟଙ୍କ ବାମ ଆଖିରେ ଆଘାତ ଲାଗିଥିବା ବେଳେ ପ୍ରଶାନ୍ତଙ୍କ ଛାତି ଓ ଜଂଘରେ ଲାଗିଛି ଆଘାତ । ଅମିୟଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।