Advertisment

INS ରଣବୀରରେ ବ୍ଲାଷ୍ଟ, ୩ ଯବାନ ସହିଦ

ଏହି ବିସ୍ଫୋରଣରେ ୩ ଜଣ ସହିଦ ହୋଇଥିବା ନେଇ ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
INS ranvir

INS ranvir

Advertisment

ମୁମ୍ବାଇ: ଭାରତୀୟ ନୌସନାର ମୁମ୍ବାଇ ଡକୟାର୍ଡରେ ବଡ଼ ଅଘଟଣ ଘଟିଛି। ଡକୟାର୍ଡରେ ଥିବା ଆଇଏନଏସ୍ ରଣବୀର ତୋପରେ ଆଜି ସନ୍ଧ୍ୟାରେ ହଠାତ୍ ବିସ୍ଫୋରଣ ହୋଇଛି। ଏତେ ଭୟଙ୍କର ଥିଲା ଯେ ଏଥିରେ ୩ ଜଣ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।  ନିଆଁ ଲିଭା କାର୍ଯ୍ୟ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

Advertisment

ସୂଚନା ଅନୁସାରେ, ରାଜପୁତ କ୍ଲାସ ବିଧ୍ୱଂସକାରୀ ଆଇଏନଏସ୍‌ ରଣବୀର ନୌସେନାର ମୁମ୍ବାଇ ଡକୟାର୍ଡରେ ଥିବା ବେଳେ ଘଟଣା ଘଟିଛି। ଏହି ଯୁଦ୍ଧତୋପର ଆଭ୍ୟନ୍ତରୀଣ କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ତୋପରେ ନିଆଁ ଲାଗି ଯାଇଥିଲା।

Advertisment

ତେବେ କ୍ରୁ ସଦସ୍ୟଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ବିସ୍ଫୋରଣ ସତ୍ତ୍ୱେ ତୋପରେ କୌଣସି ପ୍ରକାରର ବିଶେଷ ସାମଗ୍ରୀ ଜନିତ କ୍ଷତି ହୋଇନାହିଁ। ବିସ୍ଫୋରଣର କାରଣ ଜଣାପଡ଼ିନି। କିନ୍ତୁ ଘଟଣାର ବୋର୍ଡ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି।

ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଆଇଏନଏସ୍ ରଣବୀର ୨୦୨୧ ନଭେମ୍ବର ମାସରୁ କ୍ରସ କଷ୍ଟ ଅପରେସନାଲ କାମରେ ନିୟୋଜିତ ଥିଲା। ଖୁବଶୀଘ୍ର ବେସ୍‌କୁ ପୋର୍ଟକୁ ଫେରିଥାଆନ୍ତା। ହେଲେ ଏହା ପୂର୍ବରୁ ଡକୟାର୍ଡରେ ଥିବା ବେଳେ ଏପରି ଅଘଟଣ ଘଟିଛି। କମ୍ପାର୍ଟମେଣ୍ଟରେ ହୋଇଥିବା ବିସ୍ଫୋରଣ ସହ ଅସ୍ତଶସ୍ତ୍ର କିମ୍ବା ବିସ୍ଫୋରକର କୌଣସି ଭୂମିକା ନାହିଁ। ଘଟଣାର ତଦନ୍ତ ପରେ ପୂରା ତଥ୍ୟ ଆସିବ ବୋଲି ନୌସେନା ସୂତ୍ରରୁ ଜଣାପଡ଼ିଛି।

Advertisment
Mumbai INS Ranvir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ