• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନଦୀକୁ ଖସିପଡ଼ିଲା ଯାତ୍ରିବାହୀ ବସ୍‌ । ରବିବାର ସକାଳେ ମଧ୍ୟପ୍ରଦେଶର ଆଲିରାଜପୁରରେ ଏକ ବସ୍ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଓ ୨୮ ଜଣ ଆହତ ହୋଇଛନ୍ତି । ମୃତ ଦେହ ଉଦ୍ଧାର କରିବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ବ୍ରିଜରୁ ନଦୀ ଗର୍ଭକୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି । 

ଗୁଜୁରାଟର ଛୋଟା ଉଦୟପୁରରୁ ଆଲିରାଜପୁରକୁ ଆସୁଥିଲା ଏକ ଘରୋଇ ଯାତ୍ରୀବାହୀ ବସ୍ । ହେଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଜିଲ୍ଲା ମୁଖ୍ୟାଳୟ ଠାରୁ ୧୫ କିଲୋମିଟର ଦୂରରେ ଥିବା ଗୁଜୁରାଟ ସୀମାନ୍ତ ସଂଲଗ୍ନ ଚାନ୍ଦପୁର ଦେଇ ପ୍ରବାହିତ ଲଖୋଦାରା ନଦୀରେ ଖସିପଥିଲା । ଏହି ଦୁର୍ଘଟଣାରେ ତିନିଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ କୈଲାଶ, ତାଙ୍କ ପତ୍ନୀ ମିରାବାଇ ଏବଂ ଏକ ବର୍ଷର ଶିଶୁ ଅଛନ୍ତି । ଏହି ଦୁର୍ଘଟଣାରେ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି, ସେମାନଙ୍କୁ ଆଲିରାଜପୁରରେ ଜିଲ୍ଲା ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ରେ ଧାରରୁ ୩ ଜଣ ଯାତ୍ରୀ, ଗୁଜୁରାଟର ୩ ଜଣ ଯାତ୍ରୀ ଏବଂ ଆଲିରାଜପୁର ଜିଲ୍ଲାର ୧୯ ଜଣ ଯାତ୍ରୀ ସବାର ଥିଲେ । ଦୁର୍ଘଟଣା ପରେ ଚାନ୍ଦପୁର ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ବସ୍ ଡ୍ରାଇଭର ଜଣକ ଶୋଇପଡ଼ିବାରୁ ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି ।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ବର୍ଗଙ୍କୁ ଏପରି ସମୟରେ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି।