Advertisment

Operation Akhal:ଜମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିପାତ, ଦୁଇ ଯବାନ ସହିଦ, ୧୦ ଗୁରୁତର

ଜମ୍ମୁ-କଶ୍ମୀରର ଅଖଲ ଜଙ୍ଗଲରେ ଗତ ୯ ଦିନ ଧରି ଏନକାଉଣ୍ଟର ଚାଲିଛି। ୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଗୁଇନ୍ଦା ସୂଚନା ଆଧାରରେ ଅଖଲର ଜଙ୍ଗଲରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ଅଦ୍ୟତନ ହୋଇଛି
jammu kasmir

jammu kasmir

Advertisment

ଜମ୍ମୁକାଶ୍ମୀରରେ ଜଣେ ଆତଙ୍କବାଦୀ ନିପାତ। ଦୁଇ ଯବାନ ସହିଦ, ୧୦ ଗୁରୁତର । କୁଲଗାମରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ 'ଅପରେସନ୍ ଅଖଲ ନବମ ଦିନରେ ପହଞ୍ଚିଛି। ଗତକାଲି ରାତିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଜଣେ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘନ ଜଙ୍ଗଲ ଭିତରେ ଏକାଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଥିବା ସୂଚନା ମିଳିଛି।

Advertisment

ଜମ୍ମୁ-କଶ୍ମୀରର ଅଖଲ ଜଙ୍ଗଲରେ ଗତ ୯ ଦିନ ଧରି ଏନକାଉଣ୍ଟର ଚାଲିଛି। ୧ ଅଗଷ୍ଟ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଗୁଇନ୍ଦା ସୂଚନା ଆଧାରରେ ଅଖଲର ଜଙ୍ଗଲରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।ଏପର୍ଯ୍ୟନ୍ତ ଏହି ଅପରେସନରେ ୫ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ଅତି କମରେ ତିନି ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଛନ୍ତି।

Advertisment

ଅଖଲ ହେଉଛି ଦକ୍ଷିଣ କଶ୍ମୀରର କୁଲଗାମରେ ଥିବା ଏକ ପାହାଡ଼ିଆ ଜଙ୍ଗଲ, ଯେଉଁଠାରେ କୌଣସି ରାସ୍ତା ନାହିଁ। ସୁରକ୍ଷାବାହିନୀ ଯେତେବେଳେ ଏପରି ଅଞ୍ଚଳରେ କର୍ଡନ କରନ୍ତି, ସେମାନଙ୍କୁ ସେମାନଙ୍କ ତାଲିମ ଏବଂ ବୁଦ୍ଧିମତା ଆଧାରରେ ଘେରାବନ୍ଦୀ କରିବାକୁ ପଡ଼େ। ଯଦି ସେମାନଙ୍କ ଉପରେ ଗୁଳି ମାଡ଼ ହୁଏ, ତେବେ ଗୁଳି କେଉଁ ଦିଗରୁ ଆସୁଛି ତାହା ଜାଣିବା ମଧ୍ୟ କଷ୍ଟକର ହୁଏ।

ଏହି ଅଞ୍ଚଳରେ ଶବ୍ଦ ମଧ୍ୟ ପ୍ରତିଧ୍ୱନି କରେ, ତେଣୁ ଶବ୍ଦ ଶୁଣି ଲୋକେସନ ଜାଣିବା କଷ୍ଟକର ହୁଏ। କିନ୍ତୁ ଭାରତୀୟ ସେନା ନିଜର ତାଲିମର ଦମରେ ଏହି ସମସ୍ତ ଚ୍ୟାଲେଞ୍ଜକୁ ଅତିକ୍ରମ କରି ଆତଙ୍କବାଦୀଙ୍କ ସହ ଲଢ଼େଇ କରୁଛନ୍ତି । ସେନାର ସୂଚନା ଅନୁଯାୟୀ, ଅତି କମରେ ତିନି ଆତଙ୍କବାଦୀ ଏବେ ବି ଏହି ଘନ ଜଙ୍ଗଲରେ ଲୁଚି ରହିଛନ୍ତି।

Advertisment

ଜଙ୍ଗଲରେ ଆତଙ୍କବାଦୀମାନେ ପ୍ରାକୃତିକ ଗୁମ୍ଫାକୁ ଲୁଚିବା ପାଇଁ ବ୍ୟବହାର କରୁଛନ୍ତି। ସୁରକ୍ଷାବାହିନୀ କଡ଼ା ଘେରାବନ୍ଦୀ କରି ରଖିଛି ଏବଂ ଘନ ଜଙ୍ଗଲରେ ଏବେ ବି ଆତଙ୍କବାଦୀଙ୍କ ସହ ମୁକାବିଲା ଜାରି ରହିଛି। ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ଅବସ୍ଥାନ ଜାଣିବା ପାଇଁ ଡ୍ରୋନ ଏବଂ ହେଲିକପ୍ଟର ବ୍ୟବହାର କରୁଛି।

ଏନକାଉଣ୍ଟର ମଧ୍ୟରେ ଅଖଲ ଗାଁରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି। ସ୍ଥାନୀୟ ପ୍ରଶାସନ ସାଧାରଣ ଲୋକଙ୍କ ସାହାଯ୍ୟ ପାଇଁ କୋ-ଅର୍ଡିନେଟର ନିଯୁକ୍ତ କରିଛି, ଯେଉଁମାନେ ଲୋକଙ୍କୁ ସମସ୍ତ ସାହାଯ୍ୟ କରୁଛନ୍ତି।

Terrorists Killed Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ