Advertisment

Ahmedabad Serial Blast: ୪୯ ଦୋଷୀ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ ।

author-image
Prangyan Parimita
ଅଦ୍ୟତନ ହୋଇଛି
Ahmedabad Serial Blast

Ahmedabad Serial Blast

ଅହମ୍ମଦାବାଦ ବିସ୍ଫୋରଣ; ୩୮ଙ୍କୁ ଫାଶୀ ଦଣ୍ଡାଦେଶ । ୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ । ଏହାସହିତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୮ ଜୁଲାଇ ୨୬ରେ ଅହମ୍ମଦାବାଦର ୨୧ଟି ବିସ୍ଫୋରଣ ହୋଇଥିଲା ।

Advertisment

ଅଭିଯୁକ୍ତଙ୍କୁ ସଜା ଶୁଣାଇବା ବ୍ୟତୀତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଛି । ଏହା ସହିତ ଗୁରୁତର ଆହତ ଲୋକଙ୍କୁ ୫୦ ହଜାର ଏବଂ ନାବାଳକ ଆହତଙ୍କୁ ୨୫ ହଜାର ଟଙ୍କା ଦେବାକୁ କୁହାଯାଇଛି ।

୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଶୁଣାଣି

ଫେବୃଆରୀ ୮ରେ ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେତେବେଳେ ୨୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ୧୩ ବର୍ଷ ଧରି ଏହି ମାମଲାର ଶୁଣାଣି ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା । ଅହମ୍ମଦାବା ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ । ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଯାଇଥିଲେ । ଫଳରେ ୭୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ୧୩ ବର୍ଷର ବିଚାର ମଧ୍ୟରେ ୧୧୬୩ ସାକ୍ଷୀଙ୍କ ବୟାନ୍ ରେକର୍ଡ କରାଯାଇଛି । ପୋଲିସ ଏବଂ ଆଇନ ଏଜେନ୍ସି ଗୁଡ଼ିକ ୬ ହଜାରରୁ ଅଧିକ ପ୍ରମାଣ ଉପସ୍ଥାପନ କରିଥିଲେ।

Advertisment

୭୦ ମିନିଟରେ ୨୧ ଧମାକା

୨୦୦୮ ଜୁଲାଇ ୨୬ରେ ଗୁଜରାଟର ଅହମ୍ମଦାବାଦସ୍ଥିତ ୨୦ଟି ଜାଗାରେ ୨୧ଟି ବିସ୍ଫୋରଣ ଘଟିଥିଲା । ୨୦୦୨ ଗୋଧ୍ରାକାଣ୍ଡର ପ୍ରତିଶୋଧ ନେବାକୁ ଇଣ୍ଡିଆନ୍ ମୁଜାହିଦ୍ଦିନ ଏହି ବୋମା ବିସ୍ଫୋରଣ କରିଥିଲା । ଆତଙ୍କବାଦୀମାନେ ଟିଫିନ୍‌ରେ ଏକ ବୋମା ରଖି ସାଇକେଲରେ ରଖିଦେଇଥିଲେ । ଜନଗହଳି ପୂର୍ଣ୍ଣ ଏବଂ ବଜାର ସ୍ଥାନରେ ଏହି ବିସ୍ଫୋରଣ ଘଟିଥିଲା । ସରକାରୀ ହସ୍ପିଟାଲ, ଅହମ୍ମଦାବାଦ୍ ମହାନଗର ନିଗମ ଦ୍ୱାରା ପରିଚାଳିତ ଏଲଜି ହସ୍ପିଟାଲ, ଗୋଟିଏ ବସ୍, ପାର୍କିଂରେ ଥିବା ସାଇକେଲ୍, କାର୍ ଓ ଅନ୍ୟ ସ୍ଥାନରେ ବିସ୍ଫୋରଣ ଘଟିଥିଲା ।

ଏଥିରେ ମୋଟ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ପ୍ରାୟ ୨୦୦ରୁ ଅଧିକ ଆହତ ହୋଇଥିଲେ । ତେବେ ବିସ୍ଫୋରଣ ପାଇଁ ୨୩ଟି ବୋମା ରଖାଯାଇଥିଲା, ସେଥିରୁ ୨୧ଟି ବିସ୍ଫୋରଣ ହୋଇଥିବାବେଳେ କାଲୋଲ ଓ ନାରୋଡ଼ାରେ ଥିବା ୨ଟି ବୋମା ଫୁଟି ନଥିଲା । ଉକ୍ତ ମାମଲାରେ ୯ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିଲା । 

ଏହି ବିସ୍ଫୋରଣରେ ଇଣ୍ଡିଆନ୍ ମୁଜାହିଦ୍ଦିନ (ଆଇଏମ୍) ଏବଂ ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମି) ସହିତ ଜଡିତ ଆତଙ୍କବାଦୀମାନେ ସାମିଲ ଥିଲେ। ବିସ୍ଫୋରଣର କିଛି ମିନିଟ୍ ପୂର୍ବରୁ ଆତଙ୍କବାଦୀମାନେ ନ୍ୟୁଜ୍ ଏଜେନ୍ସିକୁ ଏକ ମେଲ୍ ପଠାଇଥିଲେ ଯେଉଁଥିରେ ଲେଖାଥିଲା, 'ତୁମେ ଯାହା ଚାହୁଁଛ ତାହା କର , ଯଦି ବନ୍ଦ କରିପାରିବ ତେବେ ବନ୍ଦ କର ।

Ahmedabad Serial Blast
Advertisment
Advertisment