Advertisment

ବାରଣାସୀ ସିରିୟଲ ବୋମା ବିସ୍ଫୋରଣ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

୨୦୦୬ ମାର୍ଚ୍ଚ ୭ ସଂଧ୍ୟାରେ ପ୍ରଥମେ ସଂକଟମୋଚନ ମନ୍ଦିରରେ ବ୍ଲାଷ୍ଟ ହୋଇଥିଲା । ୧୫ ମିନିଟ ପରେ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ବ୍ଲାଷ୍ଟ ହୋଇଥିଲା । ୩ୟ ବିସ୍ଫୋରଣ ପୂର୍ବରୁ ଗୁଡ଼ାଉଲିଆରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା ।

author-image
Satyendu Shekher Mishra
2006 Varanasi bombings

2006 Varanasi bombings

୨୦୦୬ ବାରଣାସୀ ସିରିୟଲ ବୋମା ବିସ୍ଫୋରଣ ମାମଲା । ଦୋଷୀ ଆତଙ୍କବାଦୀ ୱାଲିଉଲ୍ଲା ଖାନ୍‌ଙ୍କୁ ଫାଶି ଦଣ୍ଡାଦେଶ । ଗାଜିଆବାଦ ଜିଲ୍ଲା ଓ ସେସନ୍ସ ଜଜ୍ ଜିତେନ୍ଦ୍ର ସିହ୍ନା ଦେଲେ ଦଣ୍ଡାଦେଶ । ୨୦୦୬ ବାରଣାସୀ ଡବଲ ବ୍ଲାଷ୍ଟରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦ ଜଣଙ୍କ ମୃତ୍ୟୁ ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Advertisment

୨୦୦୬ ମାର୍ଚ୍ଚ ୭ ସଂଧ୍ୟାରେ ପ୍ରଥମେ ସଂକଟମୋଚନ ମନ୍ଦିରରେ ବ୍ଲାଷ୍ଟ ହୋଇଥିଲା । ୧୫ ମିନିଟ ପରେ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ବ୍ଲାଷ୍ଟ ହୋଇଥିଲା । ୩ୟ ବିସ୍ଫୋରଣ ପୂର୍ବରୁ ଗୁଡ଼ାଉଲିଆରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା । ପରେ ପରେ ଆଉ ଏକ ବୋମା ବାରଣାସୀ ଗଙ୍ଗାଘାଟରୁ ଠାବ ହୋଇଥିଲା ।

୨୦୦୬ ଏପ୍ରିଲ ୫ ତାରିଖରେ ଉତ୍ତରପ୍ରଦେଶ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତର ଘର ପ୍ରୟାଗରାଜ ଜିଲ୍ଲାର ପୁଲପୁର ଗ୍ରାମରେ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାଟିକୁ ଗାଜିବାବାଦକୁ ସ୍ଥାନାନ୍ତର କରାଯାଇଥିଲା ।

Advertisment

ଅନ୍ୟପଟେ ମେ’ ୨୩ ତାରିଖରେ ଜଷ୍ଟିସ ଜିତେନ୍ଦ୍ର କୁମାର ସିହ୍ନାଙ୍କ ଅଦାଲତାରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅଭିଯୁକ୍ତ ୱାଲିଉଲ୍ଲାକୁ କଡା ସୁରକ୍ଷା ଭିତରେ କୋର୍ଟରେ ହାଜର କରାଯାଇଥିଲା। ତେବେ ଦୁଇ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଜୁନ୍‌ ୪ ଯାଏଁ ନିଜ ରାୟ ସିଂରକ୍ଷିତ ରଖିଥିଲେ।

2006 Varanasi Bombings
Advertisment
Advertisment