Advertisment

କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍, ଏବେ ବି ଫେରିନି ୧୨ ହଜାର କୋଟିର ନୋଟ୍

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ପ୍ରଥମେ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଏକ୍ସଚେଞ୍ଜ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଥିଲା।

Two Thousand Note

Two Thousand Note

Advertisment

କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୭ ଅର୍ଥାତ୍‌ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାରିଆ ନୋଟ୍‌ । ଯଦି ଆପଣଙ୍କ ପାଖରେ ୨ ହଜାରିଆ ଟଙ୍କିଆ ନୋଟ୍‌ ରହିଯାଇଛି ତେବେ ତୁରନ୍ତ ବ୍ୟାଙ୍କରେ ଏକ୍ସଚେଞ୍ଜ କରାଇ ନିଅନ୍ତୁ ନହେଲେ ସମସ୍ୟାର ସାମ୍ନା କରିପାରନ୍ତି ଆପଣ ।

Advertisment

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ପ୍ରଥମେ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଏକ୍ସଚେଞ୍ଜ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସେପ୍ଟେମ୍ବର ୩୦ ପରେ ବି ବଜାରରେ ପର୍ଯ୍ୟପ୍ତ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ ମହଜୁଦ୍ ରହିଥିଲା। ତେଣୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।

ତେବେ ଏବେ ବି ୧୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରି ପାରିନି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଯେଉଁମାନେ ଅକ୍ଟୋବର ୭ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିପାରିନାହାନ୍ତି ସେମାନେ ଆକ୍ଟୋବର ୮ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ୍ ବଦଳି କରିପାରିବେ। ତେବେ ଅକ୍ଟୋବର ୮ ପରେ ଆଉ ବ୍ୟାଙ୍କରେ ଏକ୍ସଚେଞ୍ଜ କରିପାରିବେନି। କେବଳ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟରେ ଦୁଇ ହଜାର ଟଙ୍କିଆ ନୋଟ୍‌ର ବଦଳି କରିପାରିବେ। ଦେଶରେ ମୋଟ୍ ୧୯ଟି ଇସ୍ୟୁ କାର୍ଯ୍ୟାଳୟ ରହିଛି। ଅନ୍ୟପକ୍ଷରେ ଯେଉଁମାନେ ଇସ୍ୟୁ କାର୍ଯ୍ୟାଳୟ ଆସି ଫେରସ୍ତ କରିପାରୁନାହାନ୍ତି, ସେମାନେ ଡାକ ମାଧ୍ୟମରେ ଆରବିଆଇକୁ ୨୦୦୦ ଟଙ୍କିଆ ନୋଟୋ ପଠାଇ ପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

Advertisment

ନୋଟ୍ ବନ୍ଦୀ ପରେ ନଭେମ୍ବର ୨୦୧୬ରୁ ବଜାରକୁ ୨ ହଜାର ଟଙ୍କିଆ ନୋଟ୍ ‍ଆସିଥିଲା। ଏହା ସହ ୧୦୦୦ ଓ ପୁରୁଣା ୫୦୦ ଟଙ୍କିଆ ନୋଟକୁ ବନ୍ଦ କରିଦିଆଯାଇଥିଲା । ତେବେ ୨୦୨୩ ସେପ୍ଟେମ୍ବର ୩୦ ପରେ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ଆଉ ଚଳିବ ନାହିଁ ବୋଲି ଘୋଷଣା କରିଥିଲେ ଆରବିଆଇ। ଏହାକୁ ଏକ୍ସଚେଞ୍ଜ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ବୋଲି ମଧ୍ୟ ଆରବିଆଇ ଘୋଷଣା କରିଥିଲା ।

RBI India 2000 Currency Notes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ