2 Kashmiri Pandits Shot By Terrorists
ଜମ୍ମୁ ଓ କାଶ୍ମୀରରେ ପୁଣିଥରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍। ଦକ୍ଷିଣ କାଶ୍ମୀରର ଶୋପିଆନ୍ରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ୨ ଭାଇଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ପ୍ରଥମେ ୨ ଭାଇଙ୍କୁ ସେମାନଙ୍କର ନାଁ ପଚାରି ଥିଲେ। ଏହାପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କ ଭାଇ ପର୍ଟିମ୍ବର ନାଥଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ସେଓ ବଗିଚାକୁ ସୁନୀଲ ଓ ପର୍ଟିମ୍ବର ଯାଉଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ସେମାନଙ୍କ ନାଁ ପଚାରିଥିଲେ ଓ ଏହାପରେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଏହି ଟାର୍ଗେଟ୍ କିଲିଂରେ ସୁନୀଲଙ୍କ ମୃତ୍ୟୁ ଘଟି ଥିବାବେଳେ ପର୍ଟିମ୍ବର ଗୁରୁତର ଆହତ ହୋଇଛନ୍ତି। ଶୋପିଆନ୍ର ଛୋଟେପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଏହି କାଣ୍ଡ ଭିଆଇଛନ୍ତି।
ସୂଚନାଥାଉ କି, କିଛିଦିନ ପୂର୍ବେ ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୃତ ଶ୍ରମିକ ବିହାର ମଧେପୁରା ଅଞ୍ଚଳର ମହମ୍ମଦ ଅମରେଜ୍। ଅଜଣା ବନ୍ଧୁକଧାରୀମାନେ ବାନ୍ଦିପୋରା ଜିଲ୍ଲାର ଅଜାସ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660636933.jpg)