Advertisment

ଛତିଶଗଡ଼ରେ ନକ୍ସଲଙ୍କ IED ବିସ୍ଫୋରଣ, ୨ ଯବାନ ସହିଦ

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଆଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି ।

IED Blast

IED Blast

Advertisment

ଛତିଶଗଡ଼ ସୁକମା ଜିଲ୍ଲା ଜଗରମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ସ୍ୱାରା IED ବିସ୍ଫୋରଣ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଆଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାଁ ବିଷ୍ଣୁ ଓ ଶୈଳେନ୍ଦ୍ର ବୋଲି କୁହାଯାଉଛି । ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ କ୍ୟାମ୍ପ ସିଲଗରରୁ ଟେକାଲଗୁଡେମ ଯାଉଥିବା ରାସ୍ତାରେ ଆଇଡି ବିଛାଇଥିଲେ । ତେବେ ଏହି IED ତଳେ 201 କୋବ୍ରା ବାହିନୀର ଏକ ଟ୍ରକ୍‌ ଆସିଯାଇଥିଲା । ଯାହାଫଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ।

Advertisment

ସୂଚନାନୁସାରେ, ଜାଗରଗୁଣ୍ଡା ପୋଲିସ ଷ୍ଟେସନ ପରିସରର କ୍ୟାମ୍ପ ସିଲଗରରୁ 201 କୋବ୍ରା ବାହିନୀଙ୍କ ଆଡଭାନ୍ସ ଟିମ୍ ROP ଡ୍ୟୁଟି ସମୟରେ ଟ୍ରକ୍ ଏବଂ ବାଇକ୍‌ରେ କ୍ୟାମ୍ପ ଟେକାଲଗୁଡେମ୍ ଆଡକୁ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୩ଟା ସମୟରେ 201 କୋବ୍ରା ବାହିନୀଙ୍କ ଟ୍ରକ IED ସଂପର୍ଶରେ ଆସିଥିଲା । ଯାହାଫଳରେ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ସହିଦ ହୋଇଥିଲେ । ଏଥିସହିତ ଅନ୍ୟ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା କୁହାଯାଉଛି। ସହିଦ ହୋଇଥିବା ସୈନିକଙ୍କ ନାଁ ବିଷ୍ଣୁ ଆର ଏବଂ ଶୈଳେନ୍ଦ୍ର ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଛତିଶଗଡ଼ର ସୁକମା ଜିଲ୍ଲାର ନକ୍ସଲମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅପରେସନ ମାଧ୍ୟମରେ ସୁରକ୍ଷା ବାହିନୀ ଜଙ୍ଗଲରେ ମାଓବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଚଢ଼ାଉ କରିବା ସହ ସେଠାରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ । ଏହି ସୂଚନା ଜିଲ୍ଲା ପୋଲିସ ପକ୍ଷରୁ ଜୁନ୍‌ ୧୫ରେ ଦିଆଯାଇଥିଲା ।

Advertisment

ଏହି ଅପରେସନ୍ ବିଷୟରେ ସୂଚନା ଦେଇ ସୁକମା ପୋଲିସ୍ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମ ଏଜେନ୍ସିକୁ କହିଛନ୍ତି ଯେ, ଜିଲ୍ଲା ରିଜର୍ଭ ଗାର୍ଡ, ବସ୍ତର ଫାଇଟର୍ସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସର କୋବ୍ରା ବାହିନୀ ମିଳିତ ଭାବେ କଙ୍ଗଲଟୋଙ୍ଗ ଜଙ୍ଗଲରେ ଏକ ନକ୍ସଲ ବିରୋଧୀ ଅପରେସନ୍ କରିଥିଲେ । ଏହି ସମୟରେ ସେଠାରୁ ବିପୁଳ ପରିମାଣର ବିସ୍ଫୋଟକ ଜବତ କରିଥିଲେ ।

Ied Blast Naxal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ