Advertisment

ସେନା ଗାଡ଼ି ଉପରେ ଆତଙ୍କୀ ବଡ଼ ହମଲା; ୨ ଯବାନ ସହିଦ...

ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ କରିଥିବା ହମଲାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଜନିଷ ନେବା ଆଣିବା କରୁଥିବା ୨ ଜଣ ପୋର୍ଟର ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ଅଦ୍ୟତନ ହୋଇଛି
terrorists attack

terrorists attack

Advertisment

ପୁଣି ବଡ଼ଧରଣର ଆତଙ୍କୀ ହମଲା ।  ସେନା ଗାଡ଼ି ଉପରେ ବଡ଼ ହମଲା କଲେ ଆତଙ୍କବାଦୀ । ଏଭଳି ଘଟଣା ଘଟିଛି ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଅନ୍ତର୍ଗତ ଗୁଲମର୍ଗରେ । ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ କରିଥିବା ହମଲାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଜନିଷ ନେବା ଆଣିବା କରୁଥିବା ୨ ଜଣ ପୋର୍ଟର ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଏହାସହ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ସେନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ସୂଚନା ଅନୁସାରେ, ୧୮ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଆଜି ସନ୍ଧ୍ୟାରେ ବୁତାପଥରିପଥରରୁ ଯାଉଥିଲେ। ସେମାନେ ନାଗିନ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ହୋଇଥିବା ସ୍ଥାନଟି ଏଲଓସିର ଅତି ନିକଟରେ । ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରି ଅତର୍କିତ ଆକ୍ରମଣ କରିଥିଲେ।

ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି । ସେହିପରି ଅଧିକ ସଂଖ୍ୟକ ଯବାନ ଘଟଣା ସ୍ଥଳକୁ ଯାଇଛନ୍ତି। ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ଥିବାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସେହିପରି ଗୁଳି ବିନିମୟ ଚାଲିଥିବା ଖବର ମିଳିଛି । ତେବେ ଏହି ଘଟଣାକୁ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କଡ଼ା ନିନ୍ଦା କରିଛନ୍ତି।

Advertisment

ଆକ୍ରମଣ ପଛରେ ପାକିସ୍ତାନର ବର୍ଡର ଆକ୍ସନ ଟିମ(ବିଏଟି)ର ହାତ ରହିଛି। ଏମାନେ ପୂର୍ବରୁ ମଧ୍ୟ ଅନେକ ଥର ସୀମା ପାର ଆତଙ୍କବାଦୀ ହମଲା କରିବାର ନଜିର ରହିଛି। ଆଜି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ବିଏଟିର ଅଂଶ ବିଶେଷ ବୋଲି କୁହାଯାଉଛି।

Advertisment
Soldiers Civilians
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ