ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି। ୟୁଏଇରୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଅବୁକୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅବୁ ବକରକୁ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ। ଏହାପରେ ତାକୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।
୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ହେଉଛି ଅବୁ ବକର। ବିସ୍ଫୋରକ ମୁମ୍ବାଇକୁ ଆଣିବା, ବିସ୍ଫୋରଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ବିସ୍ଫୋରଣ ଘଟାଇବା ନେଇ ଟ୍ରେନିଂ ଦେବା, ଦାଉଦ ଇବ୍ରାହିମ୍କୁ ଫେରାର କରାଇବ ଭଳି ଘଟଣା ସବୁ ଅବୁ ହିଁ କରିଥିଲା।
ଏପରିକି ପିଓକେରେ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ବି ଚଲାଇଥିଲା ଅବୁ। ଆଉ ସେଠୁ ହିଁ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ନେଇ ସବୁ ଯୋଜନା ପ୍ରସ୍ତୁତ କରିଥିଲା। ୧୯୯୩ ବିସ୍ଫୋରଣ ପରେ ଦେଶ ଛାଡ଼ି ୟୁଏଇ ପଲାଇଥିଲା ଅବୁ। ଏହାପରେ ଅବୁକୁ ଧରିବା ଲାଗି ଭାରତ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା।
Also Read
ଶେଷରେ ୨୯ ବର୍ଷ ପରେ ଭାରତୀୟ ଏଜେନ୍ସି ଅବୁକୁ ଧରିବାରେ ସଫଳ ହୋଇଛି। ସୂଚନାଥାଉ କି, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ହେବା ସହ ୭୧୩ ଜଣ ଗୁରୁତର ଆହତ ହୋଇଥିଲେ।