Advertisment

ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ! ହଷ୍ଟେଲ୍‌ ଟଏଲେଟ୍‌ରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

କଲେଜ ହଷ୍ଟେଲ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ତାଙ୍କ ତଣ୍ଟି କଟି ଯାଇଥିବା ବେଳେ ଟଏଲେଟ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିଲା।

ଅଦ୍ୟତନ ହୋଇଛି
Engineering Student Suicide

19-yr-old engineering student commits suicide inside college hostel

Advertisment

କଲେଜ ହଷ୍ଟେଲ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ବେଙ୍ଗାଲୁରୁରେ ଏକ କଲେଜ ହଷ୍ଟେଲ୍‌ରୁ ୧୯ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ କେରଳ କୋଝିକୋଡେର ନୀତିନ। ତାଙ୍କ ତଣ୍ଟି କଟି ଯାଇଥିବା ବେଳେ ଟଏଲେଟ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିଲା। ଗୁରୁବାର ବେଙ୍ଗାଲୁରୁର AMC ଇଞ୍ଜିନିୟରିଂ କଲେଜ ହଷ୍ଟେଲ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, କେରଳ କୋଝିକୋଡେରେ ନୀତିନଙ୍କ ଘର ହୋଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୧ରେ ସେ କଲେଜ ଜଏନ୍‌ କରିଥିଲେ। ହେଲେ ଦୁର୍ଭାଗ୍ୟର କଥା, ହଷ୍ଟେଲ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ, ନୀତିନଙ୍କ ବାପାମା’ ଦୁବାଇରେ କାର୍ଯ୍ୟ କରନ୍ତି। ଡିସେମ୍ବର ୧୪, ସକାଳ ପ୍ରାୟ ସାଢ଼େ ୯ଟାରେ ନୀତିନଙ୍କ ରୁମ୍‌ମେଟ୍‌ କ୍ଲାସ୍‌ କରିବା ପାଇଁ ତାଙ୍କୁ ଡାକିଥିଲେ। ହେଲେ ମୁଣ୍ଡବ୍ୟଥା ହେଉଥିବା କହି ନୀତିନ ଆଉ କ୍ଲାସ୍‌ କରିବାକୁ ଯାଇନଥିଲେ। 

ଅଧିକ ପଢ଼ନ୍ତୁ: ସ୍କୁଲ ଯିବା ପାଇଁ ଆକଟ କରିବାରୁ ନିଜକୁ ଜାଳିଦେଲା ସପ୍ତମ ଶ୍ରେଣୀ ଛାତ୍ର

Advertisment

କ୍ଲାସ୍‌ ସାରି ରୁମ୍‌କୁ ଫେରିବା ପରେ ନୀତିନ ରୁମ୍‌ର କବାଟ ଆଉ ଖୋଲି ନଥିଲେ। ହଷ୍ଟେଲ୍‌ ୱାର୍ଡେନ୍‌ ଓ ଷ୍ଟାଫଙ୍କ ସହାୟତାରେ କବାଟ ଭଙ୍ଗାଯାଇ ଥିଲା। ଏହାପରେ ଟଏଲେଟ୍‌ ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନୀତିନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ନୀତିନଙ୍କ ତଣ୍ଟି କଟି ଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।

ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହାସହ ତାଙ୍କର ରୁମ୍‌ମେଟ୍‌ ଓ କଲେଜ କ୍ଲାସ୍‌ମେଟ୍‌ଙ୍କ ବୟାନ ରେକର୍ଡ କରାଯାଇଛି। ନୀତିନଙ୍କ କ୍ଲାସ୍‌ମେଟ୍‌ଙ୍କ କହିବା ଅନୁସାରେ, ସେ ସବୁବେଳେ ତାଙ୍କ ବାପାମା’ଙ୍କୁ ଫୋନ୍‌ କଲ୍‌ କରି ଯୁକ୍ତିତର୍କ କରୁଥିଲା ଓ ତାଙ୍କୁ ଭେଟିବା ପାଇଁ କହୁଥିଲେ। 

Advertisment
Suicide Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ