Advertisment

ବୟସ ୧୮...ପରିଚୟ ସିରିଏଲ୍ କିଲର, ଜେଲ୍ ଅନ୍ତେବାସୀ ଛାନିଆଁ

ସେ ଥିଲେ ଜଣେ ସିରିଏଲ କିଲର। ବୟସ ମାତ୍ର ୧୮ ହେଲେ ଅଜବ ଥିଲା ତାଙ୍କ କାରନାମା। ବିନା କାରଣରେ ଚାରି ଚାରି ଜଣ ସିକ୍ୟୁରିଟି ଗାର୍ଡଙ୍କୁ ସେ ହତ୍ୟା କରିଥିଲେ। ସେ ଯେତେବେଳେ ଜେଲକୁ ଆସିଲେ ତାଙ୍କୁ ଦେଖି କଏଦୀ ବି ଡରିଲେ । ତାଙ୍କ ସହ ରହିବାକୁ କେହି ସୁରକ୍ଷିତ ମନେ କଲେନି। ତେଣୁ...

ଅଦ୍ୟତନ ହୋଇଛି
Most Dangerous Prisoner

serial killer of madhya pradesh in jail

Advertisment

ସେ ଥିଲେ ଜଣେ ସିରିଏଲ କିଲର। ବୟସ ମାତ୍ର ୧୮ ହେଲେ ଅଜବ ଥିଲା ତାଙ୍କ କାରନାମା। ବିନା କାରଣରେ ଚାରି ଚାରି ଜଣ ସିକ୍ୟୁରିଟି ଗାର୍ଡଙ୍କୁ ସେ ହତ୍ୟା କରିଥିଲେ। ସେ ଯେତେବେଳେ ଜେଲକୁ ଆସିଲେ ତାଙ୍କୁ ଦେଖି କଏଦୀ ବି ଡରିଲେ । ତାଙ୍କ ସହ ରହିବାକୁ କେହି ସୁରକ୍ଷିତ ମନେ କଲେନି। ତେଣୁ  ମଧ୍ୟ ପ୍ରଦେଶର ସାଗର ଜେଲରେ ତାଙ୍କୁ ଏକୁଟିଆ ରଖିବାର ବ୍ୟବସ୍ଥା କରିଛନ୍ତି ଜେଲ ସୁପରିଣ୍ଟେଣ୍ଡେଣ୍ଟ। ଏହି ଭୟଙ୍କର ଅପରାଧୀଜଣକ ହେଉଛି ଶିବ ପ୍ରସାଦ ଧ୍ରୁବେ। ୪ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ପରେ ଶିବ ପ୍ରସାଦ ଏବେ ଜେଲରେ। ଏବେ ଜେଲରେ କଡା ନଜରରେ ଶିବପ୍ରସାଦ। ସେ ଜେଲରେ ଯେତେବେଳେ ଗାଧୋଇବାକୁ ଯାଉଛନ୍ତି ତାଙ୍କୁ ୱାର୍ଡନ ଜଗି ରହୁଛନ୍ତି। ଖାଇ ସାରିବା ପରେ ତୁରନ୍ତ ତାଙ୍କ ପାଖରୁ ଥାଳି ନେଇ ଆସୁଛନ୍ତି କର୍ମଚାରୀ । କାଳେ କେତେବେଳେ ଆକ୍ରମଣ କରିବେ ତେଣୁ ତେଣୁ ତାଙ୍କ ପାଖରେ କୌଣସି ଜିନିଷ ରଖିବାକୁ ଅନୁମତି ଦେଇ ନାହାନ୍ତି ଜେଲ୍ କର୍ତ୍ତୃପକ୍ଷ ।

Advertisment

ଜେଲ୍ ଭିତରେ ଥିଲେ ବି ଶିବପ୍ରସାଦ ଅପରାଧିକ କାଣ୍ଡ ଘଟାଇବାର ଆଶଙ୍କା ରହିଛି। ଏ ନେଇ ଛଅ ଜଣ କଏଦୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେଥିପାଇଁ ତାଙ୍କୁ ଅନ୍ୟ କଏଦୀଙ୍କ ସହ ରଖା ଯାଇନାହିଁ। ତାଙ୍କୁ ଏକ ଆଇସୋଲେସ ନ ସେଲରେ ରଖାଯାଇଥିବା ଜେଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ଶିବପ୍ରସାଦ ଏମିତି ଏକ ଅପରାଧୀ ଯିଏ କି ଯେ କୌଣସି ଧାତବ ଜିନିଷକୁ ଅସ୍ତ୍ର ରୂପେ ବ୍ୟବହାର କରିପାରେ। ତେଣୁ ତା ପାଖରେ କୌଣସି ବାସନ ବା ଅନ୍ୟ ଜିନିଷ ରଖିବା ପାଇଁ ଅନୁମତି ନାହିଁ। ଅବଶ୍ୟ ସେପ୍ଟେମ୍ବର ୬ ତାରିଖରୁ ଜେଲରେ ରହିଥିଲେ ମଧ୍ୟ ଶିବ ଆଜି ପର୍ଯ୍ୟନ୍ତ କୌଣସି ଅସ୍ୱାଭାବିକ ଘଟଣା ଘଟାଇ ନାହିଁ। ହେଲେ ଘଟାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଏବେ ଆଇସୋଲେସନ ସେଲରେ ରହିବା ପରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ବିଭିନ୍ନ ଧର୍ମ ଭିତ୍ତିକ ଶିକ୍ଷଣୀୟ ପୁସ୍ତକ ପଢିବା ପାଇଁ ଯୋଗାଇ ଦେଉଛନ୍ତି।

ଏଠି କହିରଖିବୁ, ୮ମ ଶ୍ରେଣୀ ଯାଏ ପାଠ ପଢିଥିବା ଶିବପ୍ରସାଦ ପ୍ରଥମେ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପିଟିପିଟି ହତ୍ୟା କରିଥିଲା। ସେହିପରି ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ଭୋପାଲର ଅନ୍ୟଜଣଙ୍କୁ ବିନା କାରଣରେ ହତ୍ୟା କରିଥିଲା। ତାକୁ ସେପ୍ଟେମ୍ବର ୨ ତାରିଖରେ ଗିରଫ କରାଯାଇଥିଲା। ସେପ୍ଟେମ୍ବର ୬ ତାରିଖରୁ ଜେଲକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶିବଙ୍କ ଘରୁ କୌଣସି ବ୍ୟକ୍ତି ତାଙ୍କୁ ଦେଖା କରିବାକୁ ଜେଲ୍ ଆସିନାହାନ୍ତି।

Advertisment
Serial Killer Security Guard Killing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ