student passed away
ଅନେକ ସମୟରେ ଛୋଟ ଛୋଟ ଭୁଲ ବଡ଼ ସମସ୍ୟାର କାରଣ ହୁଏ। ଜଣେ ୧୮ ବର୍ଷର ଝିଅ ଏମିତି ଏକ ଭୁଲ କରି ମୃତ୍ୟୁର ଶିକାର ହୋଇଛନ୍ତି। ସେ ତାଙ୍କର ମାସିକ ଋତୁସ୍ରାବ ବନ୍ଦ କରିବା ପାଇଁ ହରମୋନ ବଟିକା ଖାଇଥିଲେ, ଆଉ ତା’ପରେ ଏକ ଗମ୍ଭୀର ରୋଗର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି।
କୁହାଯାଉଛି ଯେ ଘରେ ଏକ ପୂଜା ଥିଲା। ଆଉ ସେହି ପୂଜାରେ ବସିବା ପାଇଁ ସେ ତାଙ୍କ ମାସିକ ଋତୁସ୍ରାବ ରୋକିବାକୁ ଚାହୁଁଥିଲେ। ସେଥିପାଇଁ ସେ ହରମୋନ ବଟିକା ଖାଇଥିଲେ। ଏକ ପୋଡକାଷ୍ଟରେ ଜଣେ ଭାସ୍କୁଲାର ସର୍ଜନ ଡକ୍ଟର ବିବେକାନନ୍ଦ ଡିପ୍ ଭେନ୍ ଥ୍ରୋମ୍ବୋସିସ୍ ର ବିପଦ ବିଷୟରେ କହିବା ବେଳେ ଏହି ଦୁଃଖଦ ଘଟଣା ଶେୟାର କରିଛନ୍ତି।
ଡାକ୍ତରଙ୍କ କହିବା ଅନୁଯାୟୀ, ଯେତେବେଳେ ଏହି ଝିଅଟିର ସ୍କାନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ତାଙ୍କର ଏହି ରୋଗ ହୋଇଛି ଏବଂ ରକ୍ତ ଜମାଟ ହୋଇ ତାଙ୍କ ନାଭି ପର୍ଯ୍ୟନ୍ତ ଆସିଯାଇଥିଲା। ଏହି ରୋଗରେ ଶରୀରର ଶିରାରେ, ବିଶେଷକରି ଗୋଡରେ ରକ୍ତ ଜମାଟ ବାନ୍ଧିଥାଏ ଆଉ ଏହି ଜମାଟ ରକ୍ତ ଫୁସଫୁସ କିମ୍ବା ହୃଦୟରେ ପହଞ୍ଚି ଘାତକ ହୋଇଥାଏ ବୋଲି ସେ କହିଛନ୍ତି।
ତେବେ ସ୍କାନ୍ ପରେ ଡାକ୍ତର ଝିଅଟିର ବାପାଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ସେ ଏହାକୁ ହାଲୁକା ଭାବେ ନେଇ ବିଳମ୍ବ କରିଦେଲେ। ତାଙ୍କାର ଏହି ଭୁଲ ଶେଷରେ ଘାତକ ପ୍ରମାଣିତ ହେଲା।
ଡାକ୍ତରଙ୍କ କହିବା କଥା ଏହି ରୋଗକୁ ପ୍ରାୟତଃ ଏକ ସାଇଲେଣ୍ଟ୍ କିଲର୍ କୁହାଯାଏ। ଏଥିରେ ପ୍ରଥମେ ଗୋଡ଼ ଫୁଲିଯାଏ ଆଉ ଯନ୍ତ୍ରଣା ହେବା ସହ ଲାଲ କିମ୍ବା ନୀଳ ପଡିଯାଏ। ଚାଲିବାରେ କଷ୍ଟ ମଧ୍ୟ ହୁଏ।
ଏହାକୁ କିନ୍ତୁ ଅଧିକାଂଶ ଲୋକ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। ବିଶେଷକରି ଯେଉଁ ମହିଳାମାନେ ହରମୋନ ବଟିକା ଖାଆନ୍ତି ଆଉ ଦୀର୍ଘ ସମୟ ଧରି ବସି କାମ କରନ୍ତି କିମ୍ବା ଗର୍ଭନିରୋଧକ ଔଷଧ ଖାଆନ୍ତି ସେମାନଙ୍କ ପାଇଁ ଏହା ଅଧିକ ବିପଦ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756368106.jpg)