Advertisment

ବୟଫ୍ରେଣ୍ଡ୍‌ କେ ଲିଏ କୁଛ୍‌ ଭି କରେଗା ! ଗହଣା ବିକି ବିନା ଭିସାରେ ଭାରତ ଆସିଲେ ପାକିସ୍ତାନ ଯୁବତୀ

ଦିନେ ଲାଜ କରୁଥିବା ଝିଅ ସାତଦରିଆ ପାର୍‌ ହୋଇ ପ୍ରେମିକକୁ ବାହା ହେବା ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିଲା। ପାଖରେ ଭିସା ନଥିବାରୁ ଗହଣା ବିକି ଟଙ୍କା ଯୋଗାଡ଼ କରି ପ୍ରଥମେ ଦୁବାଇ ପରେ କାଠମାଣ୍ଡୁ ଦେଇ ଶେଷରେ ଭାରତରେ ପହଞ୍ଚିଥିଲେ ନାବାଳିକା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
16-year-old Pakistani teen crosses enter india without visa to marry lover

16-year-old Pakistani teen crosses enter india without visa to marry lover

ଅନ୍‌ଲାଇନ୍‌ ଲୁଡ଼ୋରୁ କଥାବାର୍ତ୍ତା, ତା’ପରେ ପ୍ରେମ। କଥା ଏତେ ବାଟ ବଢ଼ି ଯାଇଥିଲା ଯେ, ଦିନେ ଲାଜ କରୁଥିବା ଝିଅ ସାତଦରିଆ ପାର୍‌ ହୋଇ ପ୍ରେମିକକୁ ବାହା ହେବା ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିଲା। ପାଖରେ ଭିସା ନଥିବାରୁ ଗହଣା ବିକି ଟଙ୍କା ଯୋଗାଡ଼ କରି ପ୍ରଥମେ ଦୁବାଇ ପରେ କାଠମାଣ୍ଡୁ ଦେଇ ଶେଷରେ ଭାରତରେ ପହଞ୍ଚିଥିଲେ ନାବାଳିକା। ଭାରତରେ ପହଞ୍ଚିବା ପରେ ସେ ପ୍ରେମିକକୁ ବାହା ମଧ୍ୟ ହୋଇଥିଲେ। ହେଲେ ନାବାଳିକାଙ୍କ ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ପାକିସ୍ତାନକୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେଇଥିଲେ ଓ ନାବାଳିକା ଜଣକ ନିଜ ପରିବାର ପାଖକୁ ଶେଷରେ ଫେରିଥିଲେ।

Advertisment

ଯୁବତୀଙ୍କ ନାଁ ଇକ୍‌ରା ଜୀବାନି। ଗତ ମାସରେ ବେଙ୍ଗାଲୁରୁରୁ ପୋଲିସ୍‌ ତାଙ୍କୁ ଉଦ୍ଧାର କରିଥିଲା। ସେଠାରେ ସେ ମୁଲାୟମ ସିଂ ଯାଦବ ନାମକ ହିନ୍ଦୁ ଯୁବକଙ୍କ ସହ ରହୁଥିଲେ। ଯିଏକି ଏବେ ଜେଲ୍‌ରେ। ଇକ୍‌ରାଙ୍କୁ ୱାଘା ବର୍ଡର ଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। 

ଅନ୍‌ଲାଇନ୍‌ ଲୁଡ଼ୋରୁ ଆରମ୍ଭ ହୋଇଥିଲା ପ୍ରେମ...

ଅନ୍‌ଲାଇନ୍‌ ଲୁଡ଼ୋରୁ ଇକ୍‌ରା ଓ ମୁଲାୟମଙ୍କ ପ୍ରେମ ଆରମ୍ଭ ହୋଇଥିଲା। ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଗତ କିଛିମାସ ପୂର୍ବେ ନାବାଳିକା ଜଣକ ପ୍ରେମିକକୁ ବାହା ହେବା ପାଇଁ ନେପାଳରେ ପହଞ୍ଚିଥିଲେ ଓ ଉଭୟ ବିବାହ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଇକ୍‌ରାଙ୍କୁ ହସ୍ତାନ୍ତର ପରେ ତାଙ୍କ ବାପା, ମାମୁ ଓ ମା’ ଲାହୋର ଯାଇ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। 

Advertisment

ଗତବର୍ଷ ସେପ୍ଟେମ୍ବରରେ ଇକ୍‌ରା କଲେଜ ଯାଇ ଆଉ ଘରକୁ ଫେରିନଥିଲେ। ପ୍ରେମିକକୁ ବାହା ହେବା ପାଇଁ ୧୬ ‍ବର୍ଷୀୟ ଇକ୍‌ରା ପାକିସ୍ତାନର କରାଚିରୁ ଦୁବାଇ ପରେ କାଠମାଣ୍ଡୁ ଓ ଶେଷରେ ଭାରତରେ ପହଞ୍ଚିଥିଲେ। ଏତେ ସବୁ ସେ ଏଥିପାଇଁ କରିଥିଲେ, କାରଣ ସେ ଭାବିଥିଲେ ତାଙ୍କ ପ୍ରେମିକ ସମୀର ଅନ୍‌ସାରୀ, ଯିଏକି ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ନିଜ ଜୀବନକୁ ବିପଦରେ ପକାଇ ସେ ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିଥିଲେ। ହେଲେ ଇକ୍‌ରା ଜାଣି ନଥିଲେ ଯାହା ପାଇଁ ସେ ଏତେ ସବୁ କରୁଛନ୍ତି ପ୍ରକୃତରେ ସେ ୨୬ ବର୍ଷୀୟ ମୁଲାୟମ ସିଂ ଯାଦବ ଥିଲେ। ଉତ୍ତରପ୍ରଦେଶରେ ତାଙ୍କ ଘର। ଯିଏକି ସିକ୍ୟୁରିଟି ଗାର୍ଡ ଭାବେ ବେଙ୍ଗାଲୁରୁରେ କାମ କରନ୍ତି। ଅନ୍‌ଲାଇନ୍‌ରେ ଲୁଡୋ ଗେମ୍‌ ଖେଳିବା ବେଳେ ଇକ୍‌ରା ତାଙ୍କ ସହ ଯୋଗାଯୋଗରେ ଆସିଥିଲେ।

ପ୍ରେମିକକୁ ବାହା ହେବା ପାଇଁ ଗହଣା ବିକି ଦେଲେ...

ପ୍ରେମ ନିଶା ଏତେ ଥିଲା ଯେ ଇକ୍‌ରା ନିଜର ସବୁ ଗହଣା ବିକ୍ରି କରି ନିଜର କଲେଜ ସାଙ୍ଗଙ୍କ ଠାରୁ ଟଙ୍କା ଆଣିଥିଲେ। ଏହି ଟଙ୍କାରେ ସେ ଦୁବାଇ ପାଇଁ ବିମାନ ଟିକେଟ୍‌ କିଣିଥିଲେ ଓ ସେଠାରୁ ସେ କାଠମାଣ୍ଡୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ମୁଲାୟମ ତାଙ୍କୁ ବେଙ୍ଗାଲୁରୁକୁ ଆଣିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିଲେ। ଭାରତ-ନେପାଳ ସୀମା ଦେଇ ଇକ୍‌ରା ବେଙ୍ଗାଲୁରୁରେ ପହଞ୍ଚିବା ପରେ ମୁଲାୟମ ତାଙ୍କୁ ଘରକୁ ନେଇଥିଲେ। ଭାରତକୁ ଆସିବା ପାଇଁ ଇକ୍‌ରାଙ୍କ ପାଖରେ ଭିସା ନଥିବାରୁ ସେ ଦୁବାଇ, ପରେ କାଠମାଣ୍ଡୁ ଯାଇଥିଲେ। 

ଧରାଇ ପକାଇ ଦେଲେ ପଡ଼ୋଶୀ...

ଇକ୍‌ରା ନମାଜ ପଢ଼ୁଥିବା ଦେଖି ମୁଲାୟମଙ୍କ ପଡ଼ୋଶୀ ଦେଖି ଦେଇଥିଲେ। ଏହାପରେ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। କାରଣ ପଡ଼ୋଶୀମାନେ ଜାଣିଥିଲେ ତାଙ୍କ ନାଁ ରଭା। ଜଣେ ହିନ୍ଦୁ ଯୁବତୀ ହୋଇ କିଭଳି ଭାବେ ସେ ନମାଜ ପଢ଼ୁଛନ୍ତି, ଏହାଦେଖି ପଡ଼ୋଶୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଖବରପାଇ ପୋଲିସ୍‌ ଇକ୍‌ରାଙ୍କୁ ଉଦ୍ଧାର କରିଥିଲା। ଏପରିକି ମୁଲାୟମ ଇକ୍‌ରାଙ୍କ ନାଁ ପରିବର୍ତ୍ତନ କରି ରଭା ରଖି ଆଧାର କାର୍ଡ ବାହାର କରି ଦେଇଥିବା ବେଳେ ଭାରତୀୟ ପାସପୋର୍ଟ ପାଇଁ ଆବେଦନ କରିଥିଲେ।

ଯଦିଓ ଇକ୍‌ରା ଶେଷରେ ପରିବାର ସଦସ୍ୟଙ୍କ ପାଖକୁ ଫେରିଛନ୍ତି, ହେଲେ ତାଙ୍କର ଏଭଳି ବିପଦପୂର୍ଣ୍ଣ ଯାତ୍ରାକୁ ପରିବାର ଲୋକ ଏବେବି ବିଶ୍ୱାସ କରିପାରୁ ନାହାନ୍ତି। 

Advertisment
Advertisment