Advertisment

Murder:ପରକୀୟା ପ୍ରିତିରେ ଚୁର୍‌ ପତ୍ନୀ, ପ୍ରେମିକ ସହ ମିଶି ସ୍ବାମୀକୁ ମାରିଲା ...ଅଚେତ ସ୍ବାମୀର ତଣ୍ଟି କାଟି ଦେଲା

ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସିନ୍ଦୂର। ଯାହାର ହାତ ଧରି ବାହା ହୋଇଥିଲା ତାକୁ ମାରିଦେଲା। ପରକୀୟା ପ୍ରିତିରେ ଉବୁଟୁବୁ ପତ୍ନୀ ଘଟାଇଲା ନାରକୀୟ କାଣ୍ଡ। ଧରାପଡିବା ପରେ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ କରିଲା ପ୍ଲାନ୍‌। ପ୍ରେମିକ ସହ ମିଶି ରଚିଲା ମର୍ଡର ପ୍ଲଟ୍‌।

murder

murder

Advertisment

ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସିନ୍ଦୂର। ଯାହାର ହାତ ଧରି ବାହା ହୋଇଥିଲା ତାକୁ ମାରିଦେଲା। ପରକୀୟା ପ୍ରିତିରେ ଉବୁଟୁବୁ ପତ୍ନୀ ଘଟାଇଲା ନାରକୀୟ କାଣ୍ଡ। ଧରାପଡିବା ପରେ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ କରିଲା ପ୍ଲାନ୍‌। ପ୍ରେମିକ ସହ ମିଶି ରଚିଲା ମର୍ଡର ପ୍ଲଟ୍‌। କେଉଁଠି କେମିତି ଓ କିଭଳି ମାରିବେ ଦୁହେଁ ମିଶି ଆଙ୍କିଲେ ନକ୍ସା। ଆଉ ସୁଯୋଗ ପାଇ ଘଟାଇଲେ ବିଭତ୍ସକାଣ୍ଡ।

Advertisment

ସ୍ୱାମୀକୁ ପ୍ରଥମେ ଖାଇବାରେ ନିଦ ବଟିକା ଦେଲେ। ଅଚେତ ହେବା ପରେ ପ୍ରେମିକକୁ ଘରକୁ ଡାକିଲେ। ପରେ ଜଣେ ସ୍ୱାମୀର ମୁଣ୍ଡକୁ ଡମ୍ବଲ୍ସରେ ପିଟିଲା ଆଉ ଜଣେ ତଣ୍ଟି କାଟି ହତ୍ୟା କଲା। ହାଇଦ୍ରାବାରୁ ଆସିଛି ଏଭଳି କିଛି ଛାତି ଥରାଇ ଦେଲା ଭଳି ଘଟଣା।

ହାଇଦ୍ରାବାଦର ସାରୁରନଗରର କୋଦଣ୍ଡରାମ ନଗର। ଏଠାରେ ସ୍ତ୍ରୀ ଚିତ୍ତିଙ୍କ ସହ ରହୁଥିଲେ ଜେଲାଲ ଶେଖର। ସେ ପେସାରେ ଜଣେ କ୍ୟବ୍‌ ଡ୍ରାଇଭର। ଉଭୟ ୧୬ ବର୍ଷ ପୂର୍ବେ ବିବାହ କରିଥିଲେ, ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଶେଖର କ୍ୟାବ୍ ଚଲାଇ ତାଙ୍କ ପରିବାର ପୋଷନ୍ତି। ନିଜ କାମ ପାଇଁ ଅନେକ ସମୟ ସେ ବାହାରେ ରହୁଥିଲେ। ଏହାରି ମଧ୍ୟରେ ଶେଖରଙ୍କ ପତ୍ନୀ ଚିତ୍ତି ହରିଶ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।

Advertisment

ପରେ ଉଭୟ ପ୍ରେମ ପଡ଼ିଥିଲେ। ଅନେକ ଦିନ ପର୍ଯ୍ୟନ୍ତ ସେମାନେ ନିଜ ସଂପର୍କକୁ ଲୁଚାଇ ରଖିଥିଲେ। କିନ୍ତୁ ଶେଖରଙ୍କ ସନ୍ଦେହ ହେବାରୁ ସ୍ତ୍ରୀ ଉପରେ ନଜର ରଖିବାକୁ ଲାଗିଲେ। ପରେ ସ୍ତ୍ରୀର ପରକୀୟା ସମ୍ପର୍କ ବିଷୟରେ ଜାଣି ତାଙ୍କୁ ଗାଳି କରିବା ସହ ତାଗିଦ୍ କରିଥିଲେ।

ବାସ୍‌ ଏତିକିରେ ରାଗି ଯାଇଥିଲେ ଚିତ୍ତି। ଭିତରେ ଭିତରେ ଜଳୁଥିଲେ। ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ହରିଶ ସହ ମିଶି କରିଥିଲେ ଯୋଜନା। ଅଗଷ୍ଟ ୨୮ ଗୁରୁବାର। ଶେଖର ଘରକୁ ଆସିବା ପରେ ତାଙ୍କୁ ଖାଇବାରେ ନିଦ ବଟିକା ଦେଇ ଶୁଆଇ ଦେଇଥିଲେ ଚିତ୍ତି। ଏହାପରେ ହରିଶଙ୍କୁ ଘରକୁ ଡାକିଥିଲେ। ଦୁହେଁ ମିଶି ପ୍ରଥମେ ଶେଖରଙ୍କୁ ମୁଣ୍ଡକୁ ଆଘାତ କରିଥିଲେ ପରେ ତାଙ୍କ ଗଳା କାଟି କରିଥିଲେ ହତ୍ୟା। ସନ୍ଦେହ ଏଡାଇବା ପାଇଁ, ହତ୍ୟାକୁ ହୃଦଘାତର ରୂପ ଦେବାକୁ କରିଥିଲେ ଚେଷ୍ଟା। 100 ନଂ କୁ ଫୋନ୍ କରି ଜଣାଇଥିଲେ ଚିତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେଲେଲା ଶେଖରଙ୍କୁ ହସ୍ପିଟାଲକୁ ନେଇଥିଲା। ମୁଣ୍ଡରେ ଆଘାତ ଓ ଗଳା କାଟିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତାର କହିଥିଲେ।

Advertisment

ଏହା ପରେ, ପତ୍ନୀ ଚିତ୍ତିଙ୍କୁ ପୋଲିସ ଗିରଫ କରିଛି। ପଚରାଉଚରା ବେଳେ ଅଭିଯୁକ୍ତ ପତ୍ନୀ ପୋଲିସ ଆଗରେ ସ୍ୱାମୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି। ପ୍ରେମିକ ହରିଶ ଏବେ ଫେରାର ଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ ତଦନ୍ତ ଜାରି ରଖିଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Murder Hyderabad Marriage Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ