'କେବେ ଜିତିବ ଜୀବନ, କେବେ ହେବ ଅପେକ୍ଷାର ଅନ୍ତ'

ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।

Tunnel Tragedy

ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ । ଏଥିରେ ଓଡ଼ିଶାର ବି ୫ ଜଣ ରହିଛନ୍ତି । ପ୍ରତିଦିନ ରେସ୍କ୍ୟୁ ଅପରେସନ୍ ରେ ଉପୁଜୁଛି ନୂଆ ଚ୍ୟାଲେଞ୍ଜ, ନୂଆ ବାଧା ।

ଗତକାଲି ପୁଣି ଥରେ ଡ୍ରିଲିଂ ମେସିନ୍ ଖରାପ ହେଇଯିବା ପରେ ଭାରତୀୟ ସେନା ପକ୍ଷରୁ ମାନୁଆଲ୍ ଅର୍ଥାତ ହାତରେ ଖୋଳା କାମକୁ ଜାରି ରଖିଛନ୍ତି । ସେପଟେ ଉପର ପଟୁ ହେଉଥିବା ଡ୍ରିଲିଂ ୧୯ ମିଟର୍ ଖୋଳି ସାରିଲାଣି । ସୁଡଙ୍ଗ ଭିତର ଯାଏଁ ପହଁଚିବାକୁ ହେଲେ ୮୬ ମିଟର ଡ୍ରିଲିଂ ଦରକାର ।

ତାପରେ ଷ୍ଟିଲରେ ତିଆରି ଟନେଲର ବାହାର ଅଂଶକୁ କାଟିବାକୁ ପଡିବ । ଏହି ପ୍ରକ୍ରିୟା ପାଇଁ ଅତି କମରେ ୪ ଦିନ ସମୟ ଲାଗିବ ବୋଲି ଆକଳନ କରାଯାଉଛି । ସେହିପରି ଟନେଲର ଆରପଟ ଅର୍ଥାତ ବାରକୋଟ୍ ପଟୁ ଡ୍ରିଲିଂ ଚାଲୁ ରହିଛି । ତେବେ ବାରମ୍ବାର ପଥର ଆସିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି। ଡ୍ରିଫ୍ଟ ଡ୍ରିଲିଂ ବି ହେଉଛି।

ସେପଟେ ଟନେଲ ଭିତରେ ପହଁଚିବାକୁ ହରାଇଜେଣ୍ଟାଲ ଡ୍ରିଲିଂ ବି ଆରମ୍ଭ ହେବ । ଏଥିପାଇଁ ଜାଗା ଚିହ୍ନଟ ସରିଛି । ଟନେଲ ଭିତର ପଟରୁ ଏହା ୧୮୦ ମିଟର ଦୂର । ଏଥିପାଇଁ କଂକ୍ରିଟ ବେଡିଂ ତିଆରି ହୋଇଥିବା ବେଳେ ୨୮ରୁ ଡ୍ରିଲିଂ ଆରମ୍ଭ ହେବ । ତେବେ ଏଥିପାଇଁ ଦିନକୁ ୧୨ ମିଟର ହିସାବରେ ୧୫ ଦିନ ସମୟ ଲାଗିପାରେ ।