Advertisment

ଲିଫ୍ଟରେ ଖସିଗଲା ଗୋଡ଼, ଚାପି ହୋଇ ଖଣ୍ଡ ଖଣ୍ଡ ହୋଇଗଲେ ୧୫ ବର୍ଷର ବାଳକ

ଗୋଡ଼ ଖସି ଯିବାରୁ ଜଣେ ୧୫ ବର୍ଷୀୟ ବାଳକ ଲିଫ୍ଟରେ ଚାପି ହୋଇ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ମୃତକଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରର ଜଣେ କର୍ମଚାରୀ ତାଙ୍କ ପୁଅକୁ ଠେଲି ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
15-year-old falls into elevator shaft, crushed to death in delhi

15-year-old falls into elevator shaft, crushed to death in delhi

ଏମିତି ବି ଆସେ ମୃତ୍ୟୁ ! ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଦୁର୍ଭାଗ୍ୟବଶତଃ, ଗୋଡ଼ ଖସି ଯିବାରୁ ଜଣେ ୧୫ ବର୍ଷୀୟ ବାଳକ ଲିଫ୍ଟରେ ଚାପି ହୋଇ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ଗତକାଲି ଦିଲ୍ଲୀର ବୱାନ ଶିଳ୍ପାଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି। ମୃତ ବାଳକର ନାଁ ଆଲୋକ। ତାଙ୍କ ମା’ ଏୟାର କୁଲର୍‌ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ନାବାଳକ ଜଣକ ଲିଫ୍ଟ ନିକଟରେ କାମ କରୁଥିଲେ। ହେଲେ ଏହି ସମୟରେ ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ଲିଫ୍ଟରେ ଚାପି ହୋଇଯାଇଥିଲେ। ଏହାପରେ ସେ ଲିଫ୍ଟରେ ପେଷି ହୋଇଯାଇ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଲିଫ୍ଟ ତାରରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। 

ଫ୍ୟାକ୍ଟ୍ରିରେ ଥିବା ଏହି ଲିଫ୍ଟରେ ଭାରୀ ଜିନିଷ ସବୁ ନିଆଯାଇଥାଏ। ଲିଫ୍ଟରେ ଚାପି ହୋଇଯିବା ଯୋଗୁ ଆଲୋକଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବାବେଳେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ଆଲୋକଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରର ଜଣେ କର୍ମଚାରୀ ତାଙ୍କ ପୁଅକୁ ଠେଲି ଦେଇଛନ୍ତି। ତେଣୁ ଏହି ଦିଗକୁ ନେଇ ମଧ୍ୟ ପୋଲିସ୍‌ ତଦନ୍ତ ଚଳାଇଛି। ସେପଟେ ନ୍ୟାୟ ଦାବିରେ ଆଲୋକଙ୍କ ପରିବାର ଲୋକ ଫ୍ୟାକ୍ଟ୍ରି ସାମ୍ନାରେ ଧାରଣା ଦେଇଥିଲେ। 

Advertisment
Advertisment