ଭୟଙ୍କର ରାସ୍ତା ଜାମ୍ ! ଗାଡ଼ିରେ କଟିଲା ରାତି, ମିଳିଲାନି ହୋଟେଲ ରୁମ୍.. ଦେଖନ୍ତୁ ଭିଡିଓ

ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍‌ ଜାମ୍‌ରେ ଫସିଛନ୍ତି । 

Traffic Jam

ରାସ୍ତା ଜାମ୍ । ଗାଡ଼ି ହଲୁନି କି ଚକା ବୁଲୁନି । ଗାଡ଼ି ପଛକୁ ଗାଡ଼ି ଲମ୍ବିଛି ଧାଡ଼ି କି ଧାଡ଼ି । ୧୫ କିଲୋମିଟର ଧରି ଜାମ ରାସ୍ତା । ଅଧ ଘଣ୍ଟେ କି ଘଣ୍ଟେ ନୁହେଁ, ପ୍ରାୟ ୧୦ ଘଣ୍ଟା ଧରି ରାସ୍ତା ଜାମ୍ । କେହି କୁଆଡ଼େ ଯାଇପାରୁ ନାହାନ୍ତି । ଗାଡ଼ି ମଟର ଟିକେ ଏପଟ ସେପଟ ହେଲେ ଖସିଯିବ ଖାଲକୁ । ଅର୍ଥାତ୍ ଭୟଙ୍କର ଦୁର୍ଘଟଣା ସମ୍ଭାବନା । ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍‌ ଜାମ୍‌ରେ ଫସିଛନ୍ତି । 

ଗତ ରାତିରେ ମୁଷଳଧାରାରେ ବର୍ଷା ପରେ ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ପାହାଡ଼ ଧସିଯାଇଛି । ଆଉ ଏହା ଫଳରେ ରାସ୍ତା ଅବରୋଧ ହୋଇଛି । ଆଉ ଏହି ଘଟଣା ଗତ ରାତିରେ ଘଟିଛି । ତାପରେ ମନାଲି-ଚଣ୍ଡିଗଡ଼କୁ ଯୋଡ଼ୁଥିବା ରାଜପଥରେ ହଜାର ହଜାର ଗାଡ଼ି ଅଟକି ରହିଛି । ସମସ୍ତେ ମାଟି ଅତଡ଼ା କଢ଼ା ଯିବାକୁ ଅପେକ୍ଷା କରିଛନ୍ତି । ରବିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପରେ ବିଳମ୍ବିତ ରାତିରେ ପାହାଡ଼ରୁ ମାଟି ଅତଡ଼ା ଖସିଥିଲା । ଆଉ ସେବେଠୁ ହିଁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଗାଡ଼ି ଜାମ ରହିଛି । ଅନେକ ଲୋକ ଗାଡ଼ି ଭିତରେ ହିଁ ରାତି କାଟିଲେ । କାରଣ ଆଖପାଖରେ କୌଣସି ହୋଟେଲ ରୁମ୍‌ ଫାଙ୍କା ନଥିଲା । ଏହି ଟ୍ରାଫିକ୍ ଜାମ୍‌ ଫଳରେ ଅନେକ ଯାତ୍ରୀ ନିଜର ଫ୍ଲାଇଟ୍‌ ମିସ୍‌ କରିଛନ୍ତି । ସଠିକ୍‌ ସମୟରେ ବିମାନବନ୍ଦରରେ ପହଞ୍ଚିପାରି ନାହାନ୍ତି ।

ଯେଉଁଠାରେ ଏହି ପାହାଡ଼ ଧସି ରାସ୍ତା ଜାମ୍ ହୋଇଛି, ସେହି ସ୍ଥାନର ନାଁ ହେଲା ମଣ୍ଡି । ସ୍ଥାନୀୟ ପ୍ରଶାସନର କହିବାନୁଯାୟୀ ଖୁବ୍‌ଶୀଘ୍ର ରାସ୍ତା ଅବରୋଧ ହଟିବ । ଏଥିପାଇଁ ଜୋରସୋରରେ କାମ ଚାଲିଛି । ବଡ଼ ବଡ଼ ପଥରଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ବିସ୍ଫୋରକ ବ୍ୟବହାର କରାଯାଉଛି । ସୋମବାର ରାତି ସୁଦ୍ଧା ଏହି ରାସ୍ତା ଅବରୋଧ ହଟିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାପରେ ଯାତାୟତ ସ୍ୱାଭାବିକ ହେବ ।