Maoists Killed by Security Forces: ବଡ଼ ଧରଣର ଏନକାଉଣ୍ଟର; ଖତମ୍ ୧୪ ମାଓବାଦୀ

ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ।

୧୪ ମାଓବାଦୀ ସଫା

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି।

ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ। ଏସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ମିଳିତ ଅପରେସନ୍। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।

ଏଥିରେ ଗତକାଲି ୨ ମହିଳା ମାଓ କାର୍ଡର ନିହତ ହୋଇଥିଲେ। ସେହି ଅପରେସନ ଜାରି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟରେ ୧୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ବଡ଼ ଅପରେସନରେ ମୋଟ ୧୪ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ପାଖରୁ ବିପୁଳ ପରିମାଣର IED ଓ ବନ୍ଧୁକ ଜବତ ହୋଇଛି।

ଅଧିକ ପଢ଼ନ୍ତୁ: ଛତିଶଗଡ଼ରେ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ସଫା

ଏହି ଅପରେସନରେ ଓଡ଼ିଶାରୁ SOG, ଛତିଶଗଡ଼ରୁ E-30 ଫୋର୍ସ ଏବଂ CRPF ଫୋର୍ସ ଥିଲେ। ମାଓବାଦୀଙ୍କ ପରି ଚୟ ମଳିପାରି ନାହିଁ। ଏହି ଅପରେସନ ପରେ ଛତ୍ରଭଙ୍ଗ ଦେଇଛନ୍ତି ନକ୍ସଲ ।

କିଛି ଦିନ ହେବ ମାଓ ପ୍ରବଣ ଜିଲ୍ଲାରେ ବଡ଼ ଅପରେସନ କରାଯାଉଛି। ପୁଲିସ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏଥିରେ ବଡ଼ ସଫଳତଳା ମିଳୁଛି।