13 killed as bus catches fire after accident in Madhya Pradesh
ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯିବା ଫଳରେ ୧୩ ଜଣଙ୍କ ମୃତ୍ୟଉ ହୋଇଛି । ଏହି ଦୁର୍ଘଟଣାରେ ୧୭ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ଡମ୍ଫର ସହ ବସ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ପରେ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବସ୍ଟିରେ ନିଆଁ ଲାଗିଯାଇଥିଲା ।
ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ବସ୍ଟିରେ ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ସୌଭାଗ୍ୟ ବସତଃ ୪ଜଣ ବସଟିରୁ ମୁକୁଳିଯାଇଛନ୍ତି । ଯାହାଫଳରେ କି ସେମାନେ ସୁସ୍ଥ ରହିଛନ୍ତି ।
ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବାବେଳେ ଏହା ମଧ୍ୟପ୍ରଦେଶର ଗୁନାରେ ହୋଇଛି । ଗୁନା-ଆରୋନ ରାସ୍ତାରେ ବସ୍ ଯାଉଥିବା ସମୟରେ ଅପରପାର୍ଶ୍ୱରେ ଏକ ଡମ୍ଫର ସହିତ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୧୩ ଜଣଙ୍କର ମୃତ୍ୟୁ ହେବା ସହ ୧୭ରୁ ଅଧିକ ଆହତ ହୋଇଛନ୍ତି । ହେଲେ ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।
ଗୁନା ଜିଲ୍ଲାର ଜିଲ୍ଲାପାଳ ମୃତକଙ୍କ ସଂଖ୍ୟା ୧୩ ଥିବା ସ୍ପଷ୍ଟ କରିଥିବାବେଳେ ୧୭ ଆହତମାନଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚାଲିଥିବା କହିଛନ୍ତି ।
ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବାରକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟତା ବାବଦକୁ ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ତାହା ସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703732081.jpg)