Advertisment

ବର୍ଷ ଆରମ୍ଭରେ ବଡ଼ ଅଘଟଣ: ଛୋଟ ଭୁଲ ନେଲା ଭୟଙ୍କର ରୂପ

ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।

stampede at Vaishno Devi

stampede at Vaishno Devi

Advertisment

ଜମ୍ମୁ: ନବବର୍ଷର ନୂଆ ସକାଳକୁ ସମସ୍ତେ ସ୍ୱାଗତ କରୁଥିବା ବେଳେ କାଶ୍ମୀରରୁ ଆସିଥିଲା ଅଶୁଭ ଖବର। ମାତା ବୈଷ୍ଣୋଦେବୀଙ୍କ ଆଶୀର୍ବାଦରୁ ନୂତନ ବର୍ଷର ଶୁଭାରମ୍ଭ କରିବାକୁ ଯାଇ ପ୍ରଥମ ପୂଜା ପାଇଁ ଏକାଠି ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ହେଲେ ମନ୍ଦିରର ଗର୍ଭ ଗୃହ ବାହାରେ ହଠାତ୍ ଆରମ୍ଭ ହୋଇଯାଇଥିଲା ଠେଲାପେଲା, ଦଳାଚକଟା। ରାତି ପ୍ରାୟ ୨.୪୫ରେ ବୈଷ୍ଣୋଦେବୀ ଭବନରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼।

Advertisment

ପ୍ରାଥମିକ ରିପୋର୍ଟ ଅନୁସାରେ, ସାମାନ୍ୟ ଯୁକ୍ତିତର୍କକୁ ନେଇ ଆରମ୍ଭ ହୋଇଥିଲା ଠେଲାପେଲା। ଯାହା ପରେ ଦଳାଚକଟାର ରୂପ ନେଇଥିଲା। ତ୍ରିକୂଟ ପର୍ବତ ଚୂଡ଼ାରେ ଥିବା ପୀଠର ଗର୍ଭଗୃହ ବାହାରେ ଥିବା ୩ ନମ୍ବର ଫାଟକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାଆଙ୍କ ପାଖକୁ ଯିବା ପୂର୍ବରୁ ବୈଷ୍ଣୋଦେବୀ ଭବନରେ ପଶିଯିବାରୁ ଏଭଳି ଏକ ଅଘଟଣ ଘଟିଥିବା କୁହାଯାଉଛି। ଏହି ଘଟଣାର ଛାତିଥରା ଅନୁଭୂତି ବଖାଣିଛନ୍ତି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଲୋକେ। ଏକସଙ୍ଗେ ଏତେ ଲୋକଙ୍କୁ ଭିତରକୁ ଛାଡିବା ଓ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଦାୟୀ କରିଛନ୍ତି ଦୂରଦୁରାନ୍ତରୁ ଆସିଥିବା ଭକ୍ତ। 

ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ କଟରା ଯାଇ ପରିସ୍ଥିତିର ଅନୁଧଧ୍ୟାନ କରିଛନ୍ତି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ଉପରାଜ୍ୟପାଳଙ୍କ ସହିତ ଆଲୋଚନା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ସେହିପରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସେ ଟ୍ୱିଟ୍ କରି ଜଣାଇଛନ୍ତି। ଦଳାଚକଟା ପରେ କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିବା ପରେ ପୁଣିଥରେ ବୈଷ୍ଣୋଦେବୀ ପୀଠରେ ଦର୍ଶନ ଆରମ୍ଭ ହୋଇଛି।

Jammu Kasmir Mishap Stampede At Vaishno Devi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ