TAMIL NADU
ତାମିଲନାଡ଼ୁରେ ଘଟିଛି ଅଭାବନୀୟ ଘଟଣା । ବାଣ ଗୋଦାମରେ ବିସ୍ଫୋରଣରେ ଘଟି ୧୧ ମୃତ । ମୃତକଙ୍କ ମଧ୍ୟରେ ୯ ମହିଳା ଥିବା ସୂଚନା । ତାମିଲନାଡ଼ୁର ଶିବକାଶୀର ବିରୁଧୁନଗରର କମ୍ମାପଟ୍ଟିଗାଁରେ ଥିବା ଦୁଇଟି ବାଣ ଗୋଦାମରେ ବିସ୍ଫୋରଣ ଘଟିଛି ।
ପୋଲିସର କହିବା ଅନୁସାରେ, ବାରୁଦ ଟେଷ୍ଟ ବେଳେ ଏହି ବିସ୍ଫୋରଣ ଘଟିଛି । ଏନେଇ ଘଟଣାର ତଦନ୍ତ ଜାରି ରହିଛି । ତେବେ ଗୋଦାମ ପାଖରେ ଉପଯୁକ୍ତ ଲାଇସେନ୍ସ ଥିବା ପୋଲିସ କହିଛି ।
ଅନ୍ୟପଟେ ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି ।
ଏହାପୂର୍ବରୁ ଅକ୍ଟୋବର ୯ ରେ ତାମିଲନାଡୁର ଆରିୟାଲୁର ଜିଲ୍ଲାରେ ମଧ୍ୟ ବାଣ ଦୁର୍ଘଟଣା ଘଟି ଦଶ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଗକୁ ଦୀପାବଳି ଥିବାରୁ ବାଣ ଦୁର୍ଘଟଣା ବୃଦ୍ଧି ପାଇ ପାରେ ବୋଲି ଆଶଙ୍କା କରା ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/TAMIL_NADU_1697549341.jpg)