Advertisment

କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି।

 RG Kar Medical College

RG Kar Medical College

Advertisment

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି। ଏଥିରେ ଇଣ୍ଟର୍ନ, ହାଉସ ଷ୍ଟାଫ ଏବଂ ବରିଷ୍ଠ ରେଜିଡେଣ୍ଟ ଅନ୍ତର୍ଭୁକ୍ତ। ବହିଷ୍କୃତ ହୋଇଥିବା ୧୦ଜଣଙ୍କ ମଧ୍ୟରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ହେପାଜତରେ ଥିବା ହାଉସ ଷ୍ଟାଫ ଆଶିଷ ପାଣ୍ଡେ ଅଛନ୍ତି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପୂର୍ବତନ ତଥା ବିବାଦୀୟ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କର ସମସ୍ତେ ଅତ୍ୟନ୍ତ ଘନିଷ୍ଠ ଏବଂ ବିଶ୍ୱାସୀ ବୋଲି କୁହାଯାଉଛି। ଯେଉଁ ମାନଙ୍କ ବିରୋଧରେ ସିବିଆଇ ଦୁଇଟି ମାମଲାରେ ଅନୁସନ୍ଧାନ କରୁଛି। ପ୍ରଥମ ମାମଲା ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଏବଂ ଦ୍ୱିତୀୟଟି ଗୁରୁତର ଆର୍ଥିକ ଅନିୟମିତତା ମାମଲା।  

Doctors Medical College Kolkata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ