Advertisment

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି..ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Mizoram Stone Quarry Collapse, 10 Dead

Stone Quarry Collapse

Advertisment

ମିଜୋରାମରେ ବଡ଼ ଧରଣର ଅଘଟଣ। ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି। ଏହି ଦୁର୍ଘଟଣାରେ ୧୦ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମିଜୋରାମର ରାଜଧାନୀ ଆଇଜଲ୍ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାଟି ସକାଳ ୬ଟାରେ ଘଟିଥିବା କୁହାଯାଉଛି। ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୃତକ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମିଜୋରାମ ରାଜ୍ୟ ବାହାରର ଲୋକ ବୋଲି ମଧ୍ୟ ସୂଚନା ମିଳିଛି।

Advertisment

ପ୍ରଶାସନର ସୂଚନାନୁଯାୟୀ ମିଜୋରାମରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥରେ ୬ ରେ ମଧ୍ୟ ଭୂସ୍ଖଳନ ହେବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଗମନାଗମନ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରବଳ ବର୍ଷା ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି। ଆଗାମୀ ସୂଚନା ନମିଳିବା ଯାଏ ସ୍କୁଲ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି..ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ଦୁର୍ଘଟଣା ଘଟିଥିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରଙ୍କୁ ତୁରନ୍ତ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପାହାଡ଼ିଆ ଅଞ୍ଚଳ ହୋଇଥିବା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ଘରଦ୍ୱାର ଭାଙ୍ଗି ଯାଇଛି। ବାତ୍ୟା ରେମାଲ୍‌ ପ୍ରଭାବରେ ବର୍ଷା ଲାଗି ରହିଛି।

Advertisment

ସେପଟେ ‘ରେମାଲ’ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ। କୋଲକାତା ସମେତ ପୂରା ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି। କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁଶୁଡ଼ି ଯାଇଛି। ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, ହାୱଡା, ହୁଗୁଳି ଜିଲ୍ଲା ସମେତ ବାଂଲାଦେଶରେ ତାଣ୍ଡବ ରଚିଛି ରେମାଲ।

ବାତ୍ୟା ରେମାଲ୍ ପ୍ରଭାବରେ ବାଂଲାଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏ ନେଇ ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ରେମାଲ ପ୍ରଭାବରେ ବାଂଲାଦେଶରେ ୧୫ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ଏଥି ମଧ୍ୟରୁ ୩୫ ହଜାରରୁ ଅଧିକ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: VIDEO: ମାଡ଼ି ଆସିଲା ଟର୍ଣ୍ଣାଡ଼ୋ..ଉପୁଡ଼ିଲା ଗଛ, ଉଡ଼ିଲା ଛାତ; ଚାଲିଗଲା ୧୫ଜୀବନ

Heavy Rainfall Landslides
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ