Mumbai Fire
କାଠ ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ମାର୍କେଟ୍ରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ କିଛି ଗୋଦାମକୁ ନିଆଁ ବ୍ୟାପିଯାଇଥିଲା ।
ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରିବାକୁ ୨୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ନିୟନ୍ତ୍ରଣାଧୀନ ହୋଇନାହିଁ । ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବ୍ୟକ୍ତି ଜଣକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ ।
ମୁମ୍ବାଇର ଡୋ ଟାକି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଯିବା ଫଳରେ ସେଠାରେ ଥିବା କିଛି ଗ୍ୟାସ ସିଲାଇଣ୍ଡର ମଧ୍ୟ ବିସ୍ଫୋରଣ ହୋଇଛି । ଫଳରେ ନିଆଁକୁ ଆୟତ୍ତକୁ ଆଣିବାକୁ ବାଧା ଉପୁଜୁଛି । ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ ନେଇ ତଦନ୍ତ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706245385.jpg)