ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା। ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଏଭଳି ଗୁଳିମାଡ ହୋଇଥଲା।
ପ୍ରାୟ ୪-୫ ବର୍ଷ ପରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଗୁଳିମାଡ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଗୁଳିମାଡରେ ଜଣେ BSF ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
Also Read
ଆହତ ଯବାନଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।