Advertisment

ସନାତନ ଧର୍ମ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଷ୍ଟାଲିନଙ୍କ ପୁଅ ଉଦୟନିଧି

ନୂଆଦିଲ୍ଲୀ ସ୍ଥିତ ତାମିଲନାଡୁ ହାଉସକୁ ଯାଇ ଉଦୟନିଧିଙ୍କ ମନ୍ତବ୍ୟର ଦୁଢ ବିରୋଧ କରି ତାମିଲନାଡୁର ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀର ସମସ୍ତ ବିଜେପି ସାଂସଦ।

ଅଦ୍ୟତନ ହୋଇଛି
Udayanidhi Stalin

Udayanidhi Stalin

Advertisment

ସନାତନ ଧର୍ମ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ତାଙ୍କ ମନ୍ତବ୍ୟ ବିରୋଧରେ ତେଜୁଛି ଅସନ୍ତୋଷ ଓ ପ୍ରତିବାଦ । ମନ୍ତବ୍ୟକୁ କଡା ବିରୋଧ କରି ବିଜେପି ଆଜି ନୂଆଦିଲ୍ଲୀରେ ପ୍ରତିବାଦକୁ ଜୋରଦାର କରିଛି। ନୂଆଦିଲ୍ଲୀ ସ୍ଥିତ ତାମିଲନାଡୁ ହାଉସକୁ ଯାଇ ଉଦୟନିଧିଙ୍କ ମନ୍ତବ୍ୟର ଦୁଢ ବିରୋଧ କରି ତାମିଲନାଡୁର ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀର ସମସ୍ତ ବିଜେପି ସାଂସଦ।

Advertisment

ଏଭଳି ମନ୍ତବ୍ୟ ପଛରେ ଏକ ଷଡଯନ୍ତ୍ର ଥିବା ସନ୍ଦେହ କରିଛି ଦଳ। ସେହିଭଳି ବିଭିନ୍ନ ଧାର୍ମିକ ସଙ୍ଗଠନ ମଧ୍ୟ ଏହି ବୟାନର କଡା ଆପତ୍ତି ଉଠାଇଛନ୍ତି। ସେପଟେ ଡିଏମକେ INDIA ମେଣ୍ଟର ଏକ ଅଂଶୀଦାର ହୋଇଥିବାରୁ ସିଧା କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ରାହୁଲ ଗାନ୍ଧି ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କରପ୍ରସାଦ। ଗତ ଶନିବାର ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ, କରୋନା ସହ ତୁଳନା କରିବା ସହିତ ଏହାକୁ ବିଲୋପ କରାଯିବା ଆବଶ୍ୟକ ବୋଲି କହିଥିଲେ ଉଦୟନିଧି ଷ୍ଟାଲିନ।

ପରବର୍ତ୍ତି ସମୟରେ କେବଳ ସନାତନ ଧର୍ମ ଯୋଗୁ ଶୋଷିତ ଏବଂ ଅବହେଳିତ ବର୍ଗଙ୍କ କଥା ଉଠାଇଥିବା କହି ଷ୍ଟାଲିନ ସ୍ପଷ୍ଟୀକରଣ ରଖିଥିଲେ। ସେ ଆହୁରି କହିଥିଲେ ମୁଁ ଯାହା ବି କହିଥିଲି, ‘ସେକଥା ବାରମ୍ବାର କହିବି। ମୁଁ ସବୁ ଧର୍ମ କଥା କହିଥିଲି। କେବଳ ହିନ୍ଦୁତ୍ୱ କଥା କହି ନଥିଲି। ମୁଁ ଜାତିଗତ ଭେଦଭାବକୁ ନିନ୍ଦା କରିବାକୁ କଥା କହିଥଲି। ମୁଁ ମୋର ବୟାନ ପାଇଁ ଯେକୌଣସି ମାମଲାର ସମ୍ମୁଖୀନ ହେବାକୁ ରାଜି। ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଖି ବିଜେପି ଭୟଭୀତ। ତେଣୁ ସେମାନେ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଏସବୁ ନାଟକ କରୁଛନ୍ତି।”

Advertisment

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବୟାନ ପରେ ବିଜେପି ଆଟାକିଂ ମୋଡକୁ ଚାଲି ଆସିଛି। ଦଳ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ହିଟଲର ସହ ତୁଳନା କରିଛି। ଏଥିସହ ବିରୋଧୀ ମେଣ୍ଟ ଇଣ୍ଡିଆକୁ ହିନ୍ଦୁ ବିରୋଧୀ ବୋଲି କହିଛି ।

Advertisment

Tamil Nadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ