ନୂଆଦିଲ୍ଲୀ: କଂଗ୍ରେସ ନେତା ରସିଦ ଅଲଭିଙ୍କ ଜୟ ଶ୍ରୀରାମ ବୟାନକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି । ଉତ୍ତରପ୍ରଦେଶର ଏକ କାର୍ଯ୍ୟକ୍ରମରେ ରାମାୟଣର ଏକ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ରାକ୍ଷସ ସହ ତୁଳନା କରିଛନ୍ତି ରସିଦ । ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।
Also Read
ରସିଦଙ୍କ ଏଭଳି ଭାଷଣ ପରେ ଏବେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ ରସିଦ୍ଙ୍କୁ ନାନା କଟୁ ଭାଷାରେ ସାଧାରଣ ଲୋକ ତଥା ସୋସିଆଲ ମିଡିଆ ୟୁଜର୍ସ ସମାଲୋଚନା କରିଛନ୍ତି । ତେବେ ବିଭିନ୍ନ ଦିଗରୁ ରସିଦ ସମାଲୋଚିତ ହେବା ପରେ ନିଜ ଭାଷଣକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କର ଏହି ଭାଷଣର ପ୍ରକୃତ ଅର୍ଥକୁ ଅନର୍ଥ କରାଯାଉଛି । ଜାଣିଶୁଣି ତାଙ୍କ ଭାଷଣକୁ କଦର୍ଥ କରି ଲୋକଙ୍କୁ ଭ୍ରମିତ କରାଯାଉଛି ।
ସେନେଇ ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ବକ୍ତ୍ୟବକୁ ଅପ୍ରାସଙ୍ଗି କରି ବିବାଦ ସୃଷ୍ଟି କରାଯାଉଛି । ସେ ରାମାୟଣର ଏକ କଥାକୁ ନେଇ ଏଭଳି କହିଛନ୍ତିଁ, ଯେଉଁ ମର୍ମରେ ତାହା କୁହାଯାଇଛି ତାକୁ କେହି ବୁଝିନାହାନ୍ତି ବୋଲି କହିଛନ୍ତି । ସେହିଭଳି କାର୍ଯ୍ୟକ୍ରମରେ ବହୁ ସଧୁ ସନ୍ଥ ମଧ୍ୟ ଥିଲେ, ଯେଉଁମାନଙ୍କର ସେତେବେଳେ କିଛି ବି ଆପତ୍ତି ନଥିଲା ବୋଲି ସ୍ପଷ୍ଟିକରଣରେ ରସିଦ କହିଛନ୍ତି ।
ତେବେ ରାଶିଦ ଆଲଭିଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ଜୟ ଶ୍ରୀରମ ଭଳି ନାରା ଦେଉଥିବାବ ବ୍ୟକ୍ତିଙ୍କୁ ଆଲଭି ଅପମାନ କରିଥିବା ବିଜେପି କହିଛି । ସେହିପରି ଆହୁରି ବହୁ ହିନ୍ଦୁ ସଙ୍ଗଠନ ମଧ୍ୟ ରସିଦଙ୍କ ଏଭଳି ବକ୍ତବ୍ୟକୁ ସମାଲୋଚନା କରିଛନ୍ତି ।