Advertisment

ଋଷ୍‌ରେ ରହୁଥିବା ଭାରତୀୟଙ୍କୁ ସରକାରଙ୍କ ବଡ଼ ପରାମର୍ଶ, କହିଲେ...

ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।

ଅଦ୍ୟତନ ହୋଇଛି
Russia War

Russia War

Advertisment

ଋଷ-ୟୁକ୍ରେନ ଯୁଦ୍ଧକୁ ୨ ବର୍ଷ ପୂରିବାକୁ ବସିଛି । ଏହାରି ଭିତରେ ଭାରତ ସରକାରଙ୍କ ପକ୍ଷରୁ ଏକ ଆଡ୍‌ଭାଇଜାରି ଜାରି କରାଯାଇଛି । ଯେଉଁଥିରେ ଋଷରେ ରହୁଥିବା ଭାରତୀୟଙ୍କ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି । ଶୁକ୍ରବାର ଦିନ ଭାରତ ସରକାର ପ୍ରତ୍ୟେକ ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କହିବା ସହ ୟୁକ୍ରେନ ଯୁଦ୍ଧଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ କହିଛନ୍ତି, "ଆମେ ଜାଣୁ ଯେ ଋଷ ସୈନ୍ୟବାହିନୀ ସହ କାମ କରିବା ପାଇଁ କିଛି ଭାରତୀୟ ଚୁକ୍ତି କରିଛନ୍ତି । କିନ୍ତୁ ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।

କିଛି ଦିନ ପୂର୍ବରୁ ଋଷରେ ଭାରତୀୟ ନାଗରିକଙ୍କ ସହିତ ଠକେଇ ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି । କାମ ସନ୍ଧାନରେ ଋଷ ଯାଇଥିବା ଲୋକଙ୍କ ସହ ଧୋକା କରି ସେମାନଙ୍କୁ ୟୁକ୍ରେନରେ ଯୁଦ୍ଧ କରିବାକୁ ପଠାଯାଇଛି । ସେମାନଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟମାନଙ୍କୁ ଯୁଦ୍ଧରେ ହେଲପର ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଇଛି ।

Advertisment

ଏହା ପରେ ତାଙ୍କୁ ୱାଗନର୍ ଗ୍ରୁପରେ ନିଯୁକ୍ତ କରାଯାଇଥିଲା, ଯାହାକୁ ଋଷର ବ୍ୟକ୍ତିଗତ ସେନା କୁହାଯାଉଥିଲା ଏବଂ ୟୁକ୍ରେନ ସହିତ ଯୁଦ୍ଧ କରିବା ପାଇଁ ସେମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯାଇଥିଲା । ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାରେ ରହୁଥିବା ୨୨ ବର୍ଷିୟ ମହମ୍ମଦ ସୁଫିଆନ ଏବଂ କର୍ଣ୍ଣାଟକର କାଲାବୁରାଗିରେ ରହୁଥିବା ଅନ୍ୟ ତିନି ଜଣ ଭାରତୀୟ ନିଜ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି । ତାପରେ ଏହି ମାମଲା ସାମ୍ନାକୁ ଆସିଥିଲା |

ସୁଫିଆନ୍ ଜଣେ ଋଷ ସୈନିକଙ୍କ ମୋବାଇଲ୍ ଫୋନରୁ ତାଙ୍କ ପରିବାରକୁ ଏକ ଭିଡିଓ ପଠାଇଥିଲେ ଯେଉଁଥିରେ ତାଙ୍କୁ ସେନା ପୋଷାକରେ ଦେଖିବାକୁ ମିଳିଥିଲା। ସେ ଠକାମୀର ଶିକାର ହୋଇଥିବା ସେ ଦାବି କରିଛନ୍ତି।

Advertisment
Russia Vladimir Putin Russia Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ