Advertisment

ମମତାଙ୍କୁ 'ଦୁର୍ଗା' ଓ ମୋଦିଙ୍କୁ 'ମହିଷାସୁର' ରୂପରେ ଚିତ୍ରଣ ! ଟିଏମିସର ପୋଷ୍ଟର ପାଇଁ ପଶ୍ଚିମବଙ୍ଗରେ ବିବାଦ

ଟିଏମସି ନେତା ଅନିମା ସାହା ୱାର୍ଡ ନମ୍ବର ୧ରୁ ଦଳର ପ୍ରାର୍ଥୀ ଅଟନ୍ତି। ପୋଷ୍ଟରରେ ଅନିମା ସାହାଙ୍କ ଫଟୋ ମଧ୍ୟ ରହିଛି। ପୋଷ୍ଟରରେ ମମତା ବାନାର୍ଜୀଙ୍କୁ ଦେବୀ 'ଦୁର୍ଗା' ରୂପରେ ଚିତ୍ରଣ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମହିଷାସୁର ଭାବରେ ଚିତ୍ରଣ କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
poster politcis

poster politcis

ପୋଷ୍ଟରରେ ମମତା ଦୁର୍ଗା ଓ ମୋଦି ମହିଷାସୁର । ନିବାଚନୀ ମାହୋଲରେ ପୋଷ୍ଟର ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 'ଦୁର୍ଗା' ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ମହିଷାସୁର' ରୂପରେ ପୋଷ୍ଟରରେ ଦର୍ଶାଇବା ପରେ ରାଜ୍ୟରେ ବିବାଦ ସୃଷ୍ଟି କରିଛି । ଏହାକୁ ପ୍ରଧାନମନ୍ତ୍ରୀ ତଥା ସନାତନ ଧର୍ମର ଅପମାନ ବୋଲି କହିଛି ବିଜେପି । ଏଭଳି ଏକ ସମ୍ଭେଦନଶୀଳ ପ୍ରସଙ୍ଗରେ ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେବ ବୋଲି କୁହାଯାଉଛି ।

Advertisment

ପଶ୍ଚିମବଙ୍ଗ ଜିଲ୍ଲାର ମେଦିନାପୁରରରେ ଏକରି ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ଟିଏମସି ନେତା ଅନିମା ସାହା ୱାର୍ଡ ନମ୍ବର ୧ରୁ ଦଳର ପ୍ରାର୍ଥୀ ଅଟନ୍ତି। ପୋଷ୍ଟରରେ ଅନିମା ସାହାଙ୍କ ଫଟୋ ମଧ୍ୟ ରହିଛି। ପୋଷ୍ଟରରେ ମମତା ବାନାର୍ଜୀଙ୍କୁ ଦେବୀ 'ଦୁର୍ଗା' ରୂପରେ ଚିତ୍ରଣ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମହିଷାସୁର ଭାବରେ ଚିତ୍ରଣ କରାଯାଇଛି । ଆଉ ମମତା ତ୍ରିଶୁଳରେ ମମତା ମହିଷାସୁର ପୋଷ୍ଟରରେ ଥିବା ମୋଦିଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ହିନ୍ଦୁ ପୁରାଣରେ ମହିଷାସୁର ଜଣେ ରାକ୍ଷସ, ପୋଷ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏପରି ଅପମାନ ଦେଇଥିବାରୁ ବିଜେପି ଟିଏମସିକୁ ଟାର୍ଗେଟ କରିଛି।

ନେତାମାନଙ୍କୁ ଦେବତା ଭାବରେ ଦର୍ଶାଇବା ସନାତନ ଧର୍ମ ପ୍ରତି ଅପମାନ ବୋଲି ସ୍ଥାନୀୟ ବିଜେପି ନେତା ବିପୁଲ ଆଚାର୍ଯ୍ୟ କହିଛନ୍ତି । ଏହାସହ ଦେଶର ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀଙ୍କ ପ୍ରତି ଏହା ଘୋର ଅପମାନ । ବିଜେପି ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ ଏନେଇ ଅଭିଯୋଗ କରିବ ।

Advertisment

ତେବେ ଏନେଇ ଟିଏମସି ନେତା ଅନିମା ସାହା କହିଛନ୍ତି, ପୋଷ୍ଟର କିଏ ମାରିଛି, ମୁଁ ଜାଣିନି । ଏସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ । ଏହା ନିହାତିରୂପେ ଅପମାନଜନକ । ମୁଁ ଜାଣିଥିଲେ ଏପରି ପୋଷ୍ଟର ଲଗାଇବାକୁ ଅନୁମତି ଦେଇ ନଥା'ନ୍ତି ବୋଲି ସେ କହିଛନ୍ତି ।"

Ruckus In Bengal TMC Poster
Advertisment
Advertisment